ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ

କିଭ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହି ସମୟରେ ରୁଷିଆକୁ ୧୦ ହଜାରରୁ ଅଧିକ ମିଶାଇଲ୍‌ ପଠାଇଛି ଉତ୍ତର କୋରିଆ। ନିକଟରେ ଆମେରିକା ଦାବି କରିଛି, ଉତ୍ତର କୋରିଆର ୮୦୦୦ ସୈନିକ ବର୍ତ୍ତମାନ ୟୁକ୍ରେନ ସୀମା ନିକଟରେ କୁର୍ସ୍କ ଅଞ୍ଚଳରେ ଉପସ୍ଥିତ ଅଛନ୍ତି। ଏହି ସୈନିକମାନେ ୟୁକ୍ରେନ ସହିତ ଯୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଲଡିବାକୁ ରୁଷିଆକୁ ୧୦୦୦୦ରୁ ଅଧିକ ମିଶାଇଲ୍‌ […] The post ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ appeared first on Dharitri Odia News.

ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ

କିଭ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହି ସମୟରେ ରୁଷିଆକୁ ୧୦ ହଜାରରୁ ଅଧିକ ମିଶାଇଲ୍‌ ପଠାଇଛି ଉତ୍ତର କୋରିଆ। ନିକଟରେ ଆମେରିକା ଦାବି କରିଛି, ଉତ୍ତର କୋରିଆର ୮୦୦୦ ସୈନିକ ବର୍ତ୍ତମାନ ୟୁକ୍ରେନ ସୀମା ନିକଟରେ କୁର୍ସ୍କ ଅଞ୍ଚଳରେ ଉପସ୍ଥିତ ଅଛନ୍ତି। ଏହି ସୈନିକମାନେ ୟୁକ୍ରେନ ସହିତ ଯୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ସମୟରେ, ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଲଡିବାକୁ ରୁଷିଆକୁ ୧୦୦୦୦ରୁ ଅଧିକ ମିଶାଇଲ୍‌ ଦେଇଛି। ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ କିମ ୟୋଙ୍ଗ-ହ୍ୟୁନ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ଉତ୍ତର କୋରିଆ ରୁଷକୁ ୧୦୦୦୦ ରୁ ଅଧିକ ମିଶାଇଲ୍‌ ପଠାଇଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ରୁଷିଆରେ ବର୍ତ୍ତମାନ ୧୦,୦୦୦ ଉତ୍ତର କୋରିଆ ସୈନିକ ଉପସ୍ଥିତ ଅଛନ୍ତି। ସେଥିମଧ୍ୟରୁ ୮୦୦୦ରୁ ଅଧିକ ସୈନିକ ରୁଷିଆର କୁର୍ସ୍କ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଆଗାମୀ ଦିନରେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷିଆ ଏହି ସୈନିକମାନଙ୍କୁ ବ୍ୟବହାର କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

The post ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ appeared first on Dharitri Odia News.