ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବକ୍ତୃତାମାଳା
ଭବାନୀପାଟଣା,୧୦ା୩(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ପୂର୍ବତନ କୁଳପତି ସ୍ବର୍ଗତ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ କଳ୍ପଲୋକରୁ ସୃଷ୍ଟି ହୋଇଥିବା ପ୍ରେରଣାଦାୟୀ ବକ୍ତୃତାମାଳା ୨୦୦ ଅଧ୍ୟାୟରେ ପହଞ୍ଚତ୍ଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ସଭାପତିତ୍ୱରେ ଏହାକୁ ଏକ ସ୍ବତନ୍ତ୍ର ଅଧ୍ୟାୟ ଭାବେ କେବଳ ନାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ କଳାହାଣ୍ଡିର ବିଶିଷ୍ଟ ଗାଳ୍ପିକା ଦେବହୁତି କର […] The post ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବକ୍ତୃତାମାଳା appeared first on Dharitri Odia News.
ଭବାନୀପାଟଣା,୧୦ା୩(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ପୂର୍ବତନ କୁଳପତି ସ୍ବର୍ଗତ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ କଳ୍ପଲୋକରୁ ସୃଷ୍ଟି ହୋଇଥିବା ପ୍ରେରଣାଦାୟୀ ବକ୍ତୃତାମାଳା ୨୦୦ ଅଧ୍ୟାୟରେ ପହଞ୍ଚତ୍ଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ସଭାପତିତ୍ୱରେ ଏହାକୁ ଏକ ସ୍ବତନ୍ତ୍ର ଅଧ୍ୟାୟ ଭାବେ କେବଳ ନାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ କଳାହାଣ୍ଡିର ବିଶିଷ୍ଟ ଗାଳ୍ପିକା ଦେବହୁତି କର ବକ୍ତା ରୂପେ ଯୋଗଦାନ କରି ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ନାରୀର ରୂପ ଓ ଗୁଣର ବର୍ଣ୍ଣନା କରିଥିଲେ। କିଭଳି ପୁରୁଷକୈନ୍ଦ୍ରିକ ସମାଜରେ ନାରୀ ନିଜକୁ ରୂପାନ୍ତରଣ କରୁଛି ତାହା ବୁଝାଇଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଉପକୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ଆଜି ଓ କାଲିର ନାରୀର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏହାକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆବାହକ ମେଜର ଡ. ଜୟଦେବ ସାହୁ, ବକ୍ତା ଦେବହୁତି କର, ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଡ. ପ୍ରତ୍ୟାଶା ଧଳ, ଲିପ୍ସା ମହାରଣା, ସଞ୍ଜୀବ କୁମାର ସାହୁ, ବିଶିଷ୍ଟ ଖବରଦାତା ତଥା ଗବେଷକ ଉମାଶଙ୍କର କର ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ସିମାଞ୍ଚଳ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
The post ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବକ୍ତୃତାମାଳା appeared first on Dharitri Odia News.