ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ଗତ ୨୫ ତାରିଖ ଅପରାହ୍ନରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ଖଣ୍ଡାଧାର ଡିପିଏଫ୍‌ରେ ନିଆଁ ଲାଗିଥିବା ଦେଖି ଏସିଏଫ୍‌ ଜିତେନ୍ଦ୍ର ବେହେରା ବନ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ପଠାଇଥିଲେ। ନୟାକୋଟ ବିଟ୍‌ ଫରେଷ୍ଟର ରାଜେନ୍ଦ୍ର ଜେନା ୪ ଜଣ ସ୍କ୍ବାଡ କର୍ମଚାରୀଙ୍କୁ ନେଇ ଜଙ୍ଗଲକୁ […] The post ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ appeared first on Dharitri Odia News.

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ଗତ ୨୫ ତାରିଖ ଅପରାହ୍ନରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ଖଣ୍ଡାଧାର ଡିପିଏଫ୍‌ରେ ନିଆଁ ଲାଗିଥିବା ଦେଖି ଏସିଏଫ୍‌ ଜିତେନ୍ଦ୍ର ବେହେରା ବନ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ପଠାଇଥିଲେ। ନୟାକୋଟ ବିଟ୍‌ ଫରେଷ୍ଟର ରାଜେନ୍ଦ୍ର ଜେନା ୪ ଜଣ ସ୍କ୍ବାଡ କର୍ମଚାରୀଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ସେଠାରେ କିଛି ଲୋକ ଏକ କୁଟୁରା ମାରିଥିବା ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି କିଛି ଲୋକ ଗାଁକୁ ଧାଇ ପଳାଇଥିବା ବେଳେ ମୃତ କୁଟୁରା ସହ ୨ଜଣଙ୍କୁ ବନ କର୍ମଚାରୀ କାବୁ କରି ଆଣିବାବେଳେ ନିକଟସ୍ଥ ଲୁହାକଳା ଗାଁର ଲୋକ ସେଠାରେ ପହଞ୍ଚି ଫରେଷ୍ଟର ରାଜେନ୍ଦ୍ର ଜେନା ଏବଂ ଅନ୍ୟ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ପରେଷ୍ଟର ରାଜେନ୍ଦ୍ର ଜେନାଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ଆକ୍ରମଣ କରି ବୋଲେରୋ ଗାଡ଼ିର କାଚ ଭାଙ୍ଗି ୨ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀ ନେଇ ପଳାଇଥିଲେ। ଶୁକ୍ରବାର ସକାଳେ ଏସିଏଫ୍‌ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭାଜପା ରେଞ୍ଜର ନୟନକାନ୍ତ ସାହୁ,ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ର୍ରିୟାଙ୍କ ସମେତ ବନ କର୍ମଚାରୀ ୩ଜଣ ଅଭିଯୁକ୍ତ ଧନେଶ୍ୱର ପ୍ରଧାନ, ବିଦ୍ୟାଧର ପ୍ରଧାନ, ଦେବାନନ୍ଦ ଦେହୁରୀଙ୍କୁ ଗିରଫ କରିଥିବା ବେଳେ ବାଂଶପାଳ ବ୍ଲକ ଅଧିନସ୍ଥ ଲୁହାକଳା ଗ୍ରାମର ଅନ୍ୟ ୭ଜଣଙ୍କୁ ଫେରାର ଅଛନ୍ତି। ସେମାନଙ୍କ ଠାରୁ ଧନୁ,ତୀର,ଫାଶ,ଟାଙ୍ଗିଆ ଆଦି ଜବତ କରାଯାଇଛି ବୋଲି ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜର ନୟନକାନ୍ତ ସାହୁ ସୂଚନା ଦେଇଛନ୍ତି। ନୟାକୋଟ ବିଟ୍‌ ଫରେଷ୍ଟର ରାଜେନ୍ଦ୍ର ଜେନାଙ୍କ ଏତଲା ଆଧାରରେ ନୟାକୋଟ ପୋଲିସ କେସ୍‌ ନଂ ୧୪୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ବର୍ତ୍ତମାନ ଅଖଣ୍ଡ ଶିକାର ପାଇଁ ବନବାସୀମାନେ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରୁଥିବାରୁ ଅନେକ ଜଙ୍ଗଲରେ ନିଆଁ ଲାଗିଛି।

The post ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ appeared first on Dharitri Odia News.