ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍‌ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ ଶୁକ୍ରବାର ଭାରତୀୟ ମୁଦ୍ରା ୪ ପଇସା ଶସ୍ତା ହୋଇ ଆହୁରି ଦୁର୍ବଳ ହୋଇଯାଇଛି। ଆଉ ମାତ୍ର ୩ ପଇସା ଶସ୍ତା ହେଲେ ଏହା ୮୬ ଟଙ୍କାକୁ ଖସିବ। ଆଉ ଦିନେ କିମ୍ବା ଦୁଇଦିନର କାରବାରରେ […] The post ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା appeared first on Dharitri Odia News.

ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍‌ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ ଶୁକ୍ରବାର ଭାରତୀୟ ମୁଦ୍ରା ୪ ପଇସା ଶସ୍ତା ହୋଇ ଆହୁରି ଦୁର୍ବଳ ହୋଇଯାଇଛି। ଆଉ ମାତ୍ର ୩ ପଇସା ଶସ୍ତା ହେଲେ ଏହା ୮୬ ଟଙ୍କାକୁ ଖସିବ। ଆଉ ଦିନେ କିମ୍ବା ଦୁଇଦିନର କାରବାରରେ ଟଙ୍କା ଏହି ସ୍ତରକୁ ଖସିପାରେ ବୋଲି ଏକ ବିଦେଶୀ ବ୍ୟାଙ୍କର ଜଣେ ଟ୍ରେଡର କହିଛନ୍ତି। ଅନ୍ୟପକ୍ଷେ ଡଲାର ଇଣ୍ଡେକ୍ସ ୧୦୯ରେ ରହିଛି। ଡଲାର ସର୍ବଳ ହେଲେ ଟଙ୍କାର ଆହୁରି ଖରାପ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।

The post ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା appeared first on Dharitri Odia News.