ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବନକାରୀ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ତ ହୋଇଛି ତଦନ୍ତକାରୀ ସଂସ୍ଥା। ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଦିନ ଏହି ମାମଲାର ଶୁଣାଣି କରିବେ। ତେବେ ତାଙ୍କୁ ଗିରଫ କରିବା ପାଇଁ ଇଡିର ଏହା ବେଆଇନ ଉଦ୍ୟମ ବୋଲି କେଜ୍ରିୱାଲ ସମସ୍ତ […] The post ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର appeared first on Dharitri Odia News.

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବନକାରୀ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ତ ହୋଇଛି ତଦନ୍ତକାରୀ ସଂସ୍ଥା। ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଦିନ ଏହି ମାମଲାର ଶୁଣାଣି କରିବେ।

ତେବେ ତାଙ୍କୁ ଗିରଫ କରିବା ପାଇଁ ଇଡିର ଏହା ବେଆଇନ ଉଦ୍ୟମ ବୋଲି କେଜ୍ରିୱାଲ ସମସ୍ତ ନୋଟିସକୁ ଏଡ଼ାଇ ଦେଇଥିବା କହିଛନ୍ତି। କେଜ୍ରିୱାଲ ନଭେମ୍ବର ୨ ଏବଂ ଡିସେମ୍ବର ୨୧ ପାଇଁ ୨୦୨୩ ଏବଂ ଜାନୁୟାରୀ ୩, ଜାନୁଆରୀ ୧୮, ଏବଂ ଫେବୃଆରୀ ୨ ରେ ହଜାର ହେବା ପାଇଁ ଇଡି ସମନ କରିଥିଲେ ମଧ୍ୟ କେଜ୍ରିୱାଲ ଏହାଙ୍କ ଏଡ଼ାଇ ଯାଇଛନ୍ତି।

ଗତବର୍ଷ ସମାନ ମାମଲାରେ ପୂର୍ବରୁ ଦୁଇ ଏଏପି ଦଳର ଦୁଇ ନେତା ପୂର୍ବତ୍ତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଏମପି ସଞ୍ଜୟ ସିଂ ଙ୍କୁ ଜେରା କରିବା ପରେ ଇଡି ଗିରଫ କରିଛି।

ଇଡି ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ମସିହାରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି କାର୍ଟେଲାଇଜେସନ୍ ଅନୁମତି ଦେଇଥିଲା ଏବଂ ପରେ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଲାଇସେନ୍ସ ମିଳିଥିଲା।

The post ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର appeared first on Dharitri Odia News.