ବିକ୍ରେତା ଫି’ କମାଇଲା ଆମାଜନ୍‌

ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଆମାଜନ୍‌ ଇଣ୍ଡିଆ ଏହାର ମାର୍କେଟ୍‌ ପ୍ଲେସ୍‌ରେ ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ସେଲିଂ ଫି’ କମ୍‌ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି’ ଫେଷ୍ଟିଭ୍‌ ସିଜନ୍‌ ପୂର୍ବରୁ ବିକ୍ରେତାମାନଙ୍କ ପାଇଁ କମ୍‌ ହେବ। ବିଭିନ୍ନ ମୂଲ୍ୟର ୫୯ଟି ଉପ ବର୍ଗରେ ବିକ୍ରେତା ଫି’ କମ୍‌ କରାଯାଇଛି। ହୋମ୍‌, ପୋଷାକ, କିଚେନ୍‌, ହୋମ୍‌ ଇମ୍ପ୍ରୁଭମେଣ୍ଟ୍‌, ଓୟାରଲେସ ଆସେସୋରି, ଅଫିସ ଉପତ୍ାଦ, କ୍ରୀଡ଼ା, ଜୋତା, ଲଗେଜ, ପେଟ୍‌, ଗହଣା,ବିଉଟି, ହାତଘଣ୍ଟା ବର୍ଗରେ […] The post ବିକ୍ରେତା ଫି’ କମାଇଲା ଆମାଜନ୍‌ appeared first on Dharitri Odia News.

ବିକ୍ରେତା ଫି’ କମାଇଲା ଆମାଜନ୍‌

ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଆମାଜନ୍‌ ଇଣ୍ଡିଆ ଏହାର ମାର୍କେଟ୍‌ ପ୍ଲେସ୍‌ରେ ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ସେଲିଂ ଫି’ କମ୍‌ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି’ ଫେଷ୍ଟିଭ୍‌ ସିଜନ୍‌ ପୂର୍ବରୁ ବିକ୍ରେତାମାନଙ୍କ ପାଇଁ କମ୍‌ ହେବ। ବିଭିନ୍ନ ମୂଲ୍ୟର ୫୯ଟି ଉପ ବର୍ଗରେ ବିକ୍ରେତା ଫି’ କମ୍‌ କରାଯାଇଛି। ହୋମ୍‌, ପୋଷାକ, କିଚେନ୍‌, ହୋମ୍‌ ଇମ୍ପ୍ରୁଭମେଣ୍ଟ୍‌, ଓୟାରଲେସ ଆସେସୋରି, ଅଫିସ ଉପତ୍ାଦ, କ୍ରୀଡ଼ା, ଜୋତା, ଲଗେଜ, ପେଟ୍‌, ଗହଣା,ବିଉଟି, ହାତଘଣ୍ଟା ବର୍ଗରେ ଫି’ କମ୍‌ କରାଯାଇଛି। ବିଭିନ୍ନ ଉପତ୍ାଦ ବର୍ଗରେ ବିକ୍ରି ଫି’ରେ ୩ରୁ ୧୨% ପର୍ଯ୍ୟନ୍ତ ହ୍ରାସ କରାଯାଉଛି। ୫୦୦ ଟଙ୍କାରୁ କମ୍‌ ଦାମ୍‌ରେ ଉପତ୍ାଦ ବିକ୍ରି କରୁଥିବା ବିକ୍ରେତାମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ହୋମ୍‌ ଫର୍ନିସିଂରେ ଫି’ ୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ଇନ୍‌ଡୋର ଲାଇଟିଂରେ ୮ପ୍ରତିଶତ ଓ ହୋମ୍‌ ଉପତ୍ାଦରେ ୮ ପ୍ରତିଶତ କମ୍‌ ହୋଇଛି। ଆମାଜନ୍‌ର ନିର୍ଦ୍ଦେଶକ (ସେଲିଂ ପାର୍ଟନର ସର୍ଭିସେସ୍‌) ଅମିତ ନନ୍ଦା କହିଛନ୍ତି ଯେ, ବିକ୍ରେତାମାନଙ୍କ ମତାମତ ଆଧାରରେ ବିଶେଷ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଫି’ କମ୍‌ କରାଯାଇଛି।

The post ବିକ୍ରେତା ଫି’ କମାଇଲା ଆମାଜନ୍‌ appeared first on Dharitri Odia News.