ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ଗୋଟିଏ ରାସ୍ତାରେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍‌ ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ଶନିବାର ଭୋରସମୟରେ ୫୫ଟିକିଆ ହାତୀ ଦଳ ଦଳ ହୋଇ […] The post ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ appeared first on Dharitri Odia News.

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ଗୋଟିଏ ରାସ୍ତାରେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍‌ ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ଶନିବାର ଭୋରସମୟରେ ୫୫ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତି ଆସୁଥିବା ରାସ୍ତାରେ ବ୍ୟାାପକ ଧାନ ଫସଲ ନଷ୍ଟ କରିଛନ୍ତି।
ଏହି ହାତୀ ପଲ ମଧ୍ୟରେ ୧୩ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ୧୬ରୁ ଅଧିକ ଛୁଆ ହାତୀ ଅଛନ୍ତି। ଅପରାହ୍ନ ୬ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ମୁହାଁ ହେଉଥିବା ଜଣାପଡୁଛି। ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିବା ସହ ଜଙ୍ଗଲ ଚାରି ପାଖରେ ଖୋଳାଯାଇଥିବା ଟ୍ରେଞ୍ଜ, ସୌରବାଡଗୁଡିକ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି।

The post ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ appeared first on Dharitri Odia News.