ବ୍ରିଟେନ ଛାଡିବେ ୪ ହଜାର ଭାରତୀୟ ନର୍ସ, ଜାଣନ୍ତୁ କାହିଁକି?
ଲଣ୍ଡନ ୧୭।୫: ମୋଟା ରକମର ଟଙ୍କା ନେଇ ଭିସା ସ୍ପୋନସର କରୁଥିବା ବ୍ରିଟେନର ଅନେକ କମ୍ପାନୀ ଏବେ ନକଲୀ ବୋଲି ଜଣାପଡିଛି। ଏଣୁ ବ୍ରିଟେନରେ ନର୍ସ ଭାବେ କାମ କରୁଥିବା ହଜାର ହାଜର ଭାରତୀୟଙ୍କ ଲାଗି ବିପଦ ଘନେଇଛି। କାରଣ ଋଷି ସୁନକ ସରକାର ଏହି କମ୍ପାନୀଙ୍କ ଭିସାରେ ବ୍ରିଟେନରେ କାମ କରୁଥିବା ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ୭ ହଜାରରୁ ଅଧିକ ନର୍ସଙ୍କ ଉପରେ ପଡିବ ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଯେଉଁମାନଙ୍କ ମଧ୍ୟରେ ୪ ହଜାର ଭାରତୀୟ ନର୍ସ ଅଛନ୍ତି। ଏହି ନର୍ସମାନଙ୍କ ମଧ୍ୟରୁ ୯୪ ପ୍ରତିଶତ ମାମଲା କମ୍ପାନୀମାନଙ୍କ ରେଜିଷ୍ଟ୍ରେସନ ରଦ୍ଦ ହେବା କାରଣରୁ ବୋଲି ଜଣାପଡିଛି। ଭାସ୍କର ରିପୋର୍ଟ ଅନୁସାରେ ଏଥି ପାଇଁ ସରକାର ମଧ୍ୟ ଅନେକାଂଶରେ ଦାୟି ବୋଲି ଜଣାପଡିଛି, କାରଣ ଏହି ସମସ୍ୟା ନକଲୀ କମ୍ପାନୀଙ୍କ ଯୋଗୁ ଉପୁଜିଛି। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନରେ ବିଦେଶୀଙ୍କୁ କାମରେ ରଖିବା ପାଇଁ ସ୍ପନସର ଲାଇସେନ୍ସର ଆବଶ୍ୟକତା ପଡିଥାଏ। ତେବେ ସୁନକ ସରକାର ବିନା ଯାଞ୍ଚରେ ଏପରି ଶତାଧିକ କମ୍ପାନୀଙ୍କୁ ଲାଇସେନ୍ସ ଉପଲବ୍ଧ କରିଥିଲେ। ସରକାର ୨୬୮ କମ୍ପାନୀଙ୍କୁ ଲାଇସେନ୍ସ ଦେଇଛନ୍ତି। ଏଥିରେ ଏପରି ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ କେବେ ଆୟକର ରିଟର୍ଣ୍ଣ ମଧ୍ୟ ଦାଖଲ କରି ନାହାନ୍ତି। ଏଥିରେ ଲାଇସେନ୍ସ ହାସଲ କରିଥିବା ଅନେକ କମ୍ପାନୀ ନକଲୀ ମଧ୍ୟ ଥିଲେ। ଏଥିରେ ଯେଉଁମ
ଲଣ୍ଡନ ୧୭।୫: ମୋଟା ରକମର ଟଙ୍କା ନେଇ ଭିସା ସ୍ପୋନସର କରୁଥିବା ବ୍ରିଟେନର ଅନେକ କମ୍ପାନୀ ଏବେ ନକଲୀ ବୋଲି ଜଣାପଡିଛି। ଏଣୁ ବ୍ରିଟେନରେ ନର୍ସ ଭାବେ କାମ କରୁଥିବା ହଜାର ହାଜର ଭାରତୀୟଙ୍କ ଲାଗି ବିପଦ ଘନେଇଛି। କାରଣ ଋଷି ସୁନକ ସରକାର ଏହି କମ୍ପାନୀଙ୍କ ଭିସାରେ ବ୍ରିଟେନରେ କାମ କରୁଥିବା ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ୭ ହଜାରରୁ ଅଧିକ ନର୍ସଙ୍କ ଉପରେ ପଡିବ ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଯେଉଁମାନଙ୍କ ମଧ୍ୟରେ ୪ ହଜାର ଭାରତୀୟ ନର୍ସ ଅଛନ୍ତି।
ଏହି ନର୍ସମାନଙ୍କ ମଧ୍ୟରୁ ୯୪ ପ୍ରତିଶତ ମାମଲା କମ୍ପାନୀମାନଙ୍କ ରେଜିଷ୍ଟ୍ରେସନ ରଦ୍ଦ ହେବା କାରଣରୁ ବୋଲି ଜଣାପଡିଛି। ଭାସ୍କର ରିପୋର୍ଟ ଅନୁସାରେ ଏଥି ପାଇଁ ସରକାର ମଧ୍ୟ ଅନେକାଂଶରେ ଦାୟି ବୋଲି ଜଣାପଡିଛି, କାରଣ ଏହି ସମସ୍ୟା ନକଲୀ କମ୍ପାନୀଙ୍କ ଯୋଗୁ ଉପୁଜିଛି। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନରେ ବିଦେଶୀଙ୍କୁ କାମରେ ରଖିବା ପାଇଁ ସ୍ପନସର ଲାଇସେନ୍ସର ଆବଶ୍ୟକତା ପଡିଥାଏ। ତେବେ ସୁନକ ସରକାର ବିନା ଯାଞ୍ଚରେ ଏପରି ଶତାଧିକ କମ୍ପାନୀଙ୍କୁ ଲାଇସେନ୍ସ ଉପଲବ୍ଧ କରିଥିଲେ।
ସରକାର ୨୬୮ କମ୍ପାନୀଙ୍କୁ ଲାଇସେନ୍ସ ଦେଇଛନ୍ତି। ଏଥିରେ ଏପରି ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ କେବେ ଆୟକର ରିଟର୍ଣ୍ଣ ମଧ୍ୟ ଦାଖଲ କରି ନାହାନ୍ତି। ଏଥିରେ ଲାଇସେନ୍ସ ହାସଲ କରିଥିବା ଅନେକ କମ୍ପାନୀ ନକଲୀ ମଧ୍ୟ ଥିଲେ। ଏଥିରେ ଯେଉଁମାନେ ଋଣ ନେଇ ବ୍ରିଟେନରେ କାମ ଆରମ୍ଭ କରିଥିଲେ ସେମାନଙ୍କୁ ଏବେ ଦେଶ ଛାଡିବାର ଭୟ ଘାରିଛି। ଏପରି ନକଲୀ କମ୍ପାନୀଙ୍କ ସ୍ପନସର ଭିସାରେ ଯାଇଥିବା ଭାରତୀୟଙ୍କୁ ୬୦ ଦିନ ମଧ୍ୟରେ ସ୍ପନସର ଅଥବା ଅନ୍ୟ କମ୍ପାନୀ ଖୋଜିବାକୁ କୁହାଯାଇଛି। ଯାହା ଏବେ ବିଦେଶରେ ଭାରତୀୟଙ୍କୁ ଚିନ୍ତାରେ ପକାଇଛି।