କେନ୍ଦ୍ର କ୍ୟାବିନେଟରେ ୮ ହାଇ-ସ୍ପିଡ୍ କରିଡରକୁ ମଞ୍ଜୁରୀ; ବ୍ୟୟ ବରାଦ ୫୦,୬୫୫ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତ ସରକାର ନିର୍ମାଣ କରିବେ ହାଇ-ସ୍ପିଡ୍ ଜାତୀୟ ରାଜପଥ । ଶୁକ୍ରବାର କେନ୍ଦ୍ର କ୍ୟାବିନେଟରେ ୮ ହାଇ-ସ୍ପିଡ୍ ଜାତୀୟ ରାଜପଥକୁ ମଞ୍ଜୁରୀ ମିଳିଛି  । ଏଥିପାଇଁ ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଏହି ରୋଡ୍ କରିଡର ଦେଶ ବିଭିନ୍ନ ପ୍ରାନ୍ତକୁ ସଂଯୋଗ କରିବ । ଏହା ଦ୍ବାରା ଅଧିକାଂଶ ସହରକୁ ଦୂର କମିବା ସହିତ ଲୋକଙ୍କ ଯାତ୍ରା ସମୟ କମିବ । ଏହି ନୂଆ ହାଇ-ସ୍ପିଡରେ ଆଗ୍ରା-ଗ୍ବାଲିୟର, କାନପୁର-ଲକ୍ଷ୍ନୌ, ଖଡ଼ଗପୁର-ମୋରେଗ୍ରାମ୍, ରାୟପୁର-ରାଞ୍ଜି, ଅହମ୍ମଦାବାଦ, ପୁଣେ, ନାଶିକ୍, ଅଯୋଧ୍ୟା ଏବଂ ଗୌହାଟି ଆଦି ସହରକୁ ଫାଇଦା ମିଳିବ ।       ୯୩୬ କିଲୋମିଟର ଲମ୍ବା ଲାଇନ୍ ପାଇଁ ୫୦,୬୫୫ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରିଯାଇଛି । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁଣେ ନିକଟରେ ୮ ଲାଇନ୍ ବିଶିଷ୍ଟ ନାସିକ ଫାଟା-ଖେଡ କରିଡର ରହିଛି । ଏହି କରିଡର ଲମ୍ବା ୩୦ କିଲୋମିଟର । ୭୮୨୭ କୋଟି ଟଙ୍କା ବ୍ୟୟରେ ବିଟଓ ଭିତ୍ତିରେ ଏହାକୁ ତିଆରି କରାଯିବ । ପିମ୍ପ୍ରି-ଛଣ୍ଡଓ୍ବାଡା ଅଞ୍ଚଳରେ ପରିବହନ ବ୍ୟବସ୍ଥା ଏହା ସହଜ କରିବା ସହିତ ଟ୍ରାଫିକ୍ ସମସ୍ୟକୁ ଦୂର କରିବ । ଦ୍ବିତୀୟ ପ୍ରକଳ୍ପଟି ହେଲା ଆଗ୍ରା-ଗ୍ବାଲିୟର ହାଇ-ସ୍ପିଡ୍ କରିଡର । ଏହି ପ୍ରକଳ୍ପ ତିଆରି ସରିଲେ ଆଗ୍ରା ଓ ଗ୍ବାଲିୟର ମଧ୍ୟରେ ଯାତ୍ରା ସମୟ ଅଧା ହୋଇଯିବ । ୮୮ କି.ମି ଏହି ପ୍ରକଳ୍ପରେ ୪୬୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତୃୀତୟ ପ୍ରକଳ୍ପଟି ହେଲା ଥ

କେନ୍ଦ୍ର କ୍ୟାବିନେଟରେ ୮ ହାଇ-ସ୍ପିଡ୍ କରିଡରକୁ ମଞ୍ଜୁରୀ; ବ୍ୟୟ ବରାଦ ୫୦,୬୫୫ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତ ସରକାର ନିର୍ମାଣ କରିବେ ହାଇ-ସ୍ପିଡ୍ ଜାତୀୟ ରାଜପଥ । ଶୁକ୍ରବାର କେନ୍ଦ୍ର କ୍ୟାବିନେଟରେ ୮ ହାଇ-ସ୍ପିଡ୍ ଜାତୀୟ ରାଜପଥକୁ ମଞ୍ଜୁରୀ ମିଳିଛି  । ଏଥିପାଇଁ ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଏହି ରୋଡ୍ କରିଡର ଦେଶ ବିଭିନ୍ନ ପ୍ରାନ୍ତକୁ ସଂଯୋଗ କରିବ । ଏହା ଦ୍ବାରା ଅଧିକାଂଶ ସହରକୁ ଦୂର କମିବା ସହିତ ଲୋକଙ୍କ ଯାତ୍ରା ସମୟ କମିବ । ଏହି ନୂଆ ହାଇ-ସ୍ପିଡରେ ଆଗ୍ରା-ଗ୍ବାଲିୟର, କାନପୁର-ଲକ୍ଷ୍ନୌ, ଖଡ଼ଗପୁର-ମୋରେଗ୍ରାମ୍, ରାୟପୁର-ରାଞ୍ଜି, ଅହମ୍ମଦାବାଦ, ପୁଣେ, ନାଶିକ୍, ଅଯୋଧ୍ୟା ଏବଂ ଗୌହାଟି ଆଦି ସହରକୁ ଫାଇଦା ମିଳିବ ।       

୯୩୬ କିଲୋମିଟର ଲମ୍ବା ଲାଇନ୍ ପାଇଁ ୫୦,୬୫୫ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରିଯାଇଛି । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁଣେ ନିକଟରେ ୮ ଲାଇନ୍ ବିଶିଷ୍ଟ ନାସିକ ଫାଟା-ଖେଡ କରିଡର ରହିଛି । ଏହି କରିଡର ଲମ୍ବା ୩୦ କିଲୋମିଟର । ୭୮୨୭ କୋଟି ଟଙ୍କା ବ୍ୟୟରେ ବିଟଓ ଭିତ୍ତିରେ ଏହାକୁ ତିଆରି କରାଯିବ । ପିମ୍ପ୍ରି-ଛଣ୍ଡଓ୍ବାଡା ଅଞ୍ଚଳରେ ପରିବହନ ବ୍ୟବସ୍ଥା ଏହା ସହଜ କରିବା ସହିତ ଟ୍ରାଫିକ୍ ସମସ୍ୟକୁ ଦୂର କରିବ । ଦ୍ବିତୀୟ ପ୍ରକଳ୍ପଟି ହେଲା ଆଗ୍ରା-ଗ୍ବାଲିୟର ହାଇ-ସ୍ପିଡ୍ କରିଡର । ଏହି ପ୍ରକଳ୍ପ ତିଆରି ସରିଲେ ଆଗ୍ରା ଓ ଗ୍ବାଲିୟର ମଧ୍ୟରେ ଯାତ୍ରା ସମୟ ଅଧା ହୋଇଯିବ । ୮୮ କି.ମି ଏହି ପ୍ରକଳ୍ପରେ ୪୬୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତୃୀତୟ ପ୍ରକଳ୍ପଟି ହେଲା ଥାରଡ-ଦୀସା-ମେହସନା- ଅହମ୍ମଦାବାଦ କରିଡର । ଏହି ହାଇ-ସ୍ପିଡ୍ ଜାତୀୟ ରାଜପଥ ୬ ଲେନ୍ ବିଶିଷ୍ଟ ହେବ । ୨୧୪ କିମି ରାସ୍ତା ପାଇଁ ୧୦,୫୩୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । 

ଚତୁର୍ଥ ପ୍ରକଳ୍ପ ହେଉଛି,  କାନପୁର ରିଙ୍ଗ ରୋଡ୍ ପ୍ରକଳ୍ପ । ୪୭ କି.ମି ରାସ୍ତା ପାଇଁ ୩୨୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପଞ୍ଚମ ପ୍ରକଳ୍ପ ଖଡ଼ଗପୁର-ମୋରେଗ୍ରାମ୍ ମଧ୍ୟରେ ହେବ ।  ୨୩୧ କିମି ଏହି ରାସ୍ତା ହେଲେ ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବ । ଏଥିପାଇଁ ୧୦, ୨୪୭ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଏହି ହାଇ-ସ୍ପିଡ୍ ଜାତୀୟ ରାଜପଥ  ମଧ୍ୟରେ ରହିଛି ଅଯୋଧ୍ୟା ରିଙ୍ଗ୍ ରୋଡ୍ । ଏହି ରାସ୍ତା ଅଯୋଧ୍ୟାକୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧା ହେବ । ରାୟପୁର-ରାଞ୍ଜି ହାଇ-ସ୍ପିଡ୍ ପ୍ରକଳ୍ପ ମଧ୍ୟ ତିଆରି ହେବ । ଅଷ୍ଟମ ପ୍ରକଳ୍ପଟି ହେଉଛି ଗୌହାଟୀ ରିଙ୍ଗ୍ । ଏଥିପାଇଁ ୫୭୨୯ କୋଟି ଟଙ୍କା ଖର୍ଚ୍ଚ ହେବ । ମୋଟ୍ ୮ଟି ହାଇ-ସ୍ପିଡ୍ ପ୍ରକଳ୍ପ ପାଇଁ ମୋଟ୍ ୫୦,୬୫୫ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଛି ।..