ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍ରେ ରହିଛି ଓଡ଼ିଶା । ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ କସରତ ଜାରି ରହିଛି। ସୋମବାର ବିଳମ୍ବିତ ରାତିଯାଏ କୋର୍ କମିଟି ବୈଠକ ବସିଥିଲା। ଆଜି ପୁଣି ଓଡ଼ିଶା ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ସୋମବାର ବିଳମ୍ବିତ ରାତି ଯାଏ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଜେ ପି […] The post ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା appeared first on Dharitri Odia News.
ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍ରେ ରହିଛି ଓଡ଼ିଶା । ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ କସରତ ଜାରି ରହିଛି। ସୋମବାର ବିଳମ୍ବିତ ରାତିଯାଏ କୋର୍ କମିଟି ବୈଠକ ବସିଥିଲା। ଆଜି ପୁଣି ଓଡ଼ିଶା ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି।
ସୋମବାର ବିଳମ୍ବିତ ରାତି ଯାଏ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଜେ ପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ଜୁଏଲ ଓରାମ,ସୁନୀଲ ବଂଶଲ,ସମ୍ବିତ ପାତ୍ର, ଲତା ଉସେଣ୍ଡି, ବିଜୟପାଲ ସିଂ ତୋମାର, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, ମଙ୍ଗଳବାର ପୁଣି ଥରେ ଦିଲ୍ଲୀରେ ବୈଠକ ବସିବ। ସୋମବାର ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଛି । ନିର୍ବାଚନ ଏକ ଗମ୍ଭୀର ବିଷୟ । ତେଣୁ ମଙ୍ଗଳବାର ମଧ୍ୟ ବୈଠକ ହେବ । ଏହି ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ସୂଚନାଯୋଗ୍ୟ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି। ଚଳିତ ଥର ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ନିର୍ବାଚନ ଫଳାଫଳ ଘୋଷଣା ହେବ।
The post ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା appeared first on Dharitri Odia News.