'କ୍ଷମା ମାଗିବା ମୋ ପାଇଁ ବଡ ନୁହେଁ, କିନ୍ତୁ ଦାବି ପୂରଣ ନହେବା ଯାଏଁ ଶୁଣିବିନି'
ଭୁବନେଶ୍ୱର ୧୪/୦୩: କ୍ଷମା ପ୍ରାର୍ଥନା ଏ ତାରାବାହିନୀ ପକ୍ଷେ କିଛି ନୂଆ କଥା ନୁହେଁ । ମୋ ଉପରେ ପ୍ରତିବନ୍ଧକ ଲାଗିବା ବି କୌଣସି ଅପରାଧ ନୁହେଁ । କିନ୍ତୁ କଂଗ୍ରେସ ଯେଉଁ ଦାବି କରୁଛି ଆଗ ତାହା ପୂରଣ ସରୁ ତାପରେ ଅନ୍ୟ ନିଷ୍ପତ୍ତି । କାରଣ ମହିଳାଙ୍କ ସୁରକ୍ଷା ପାଇଁ କମିଟି କରିବାକୁ ବାରମ୍ବାର ଦାବି କରୁଛି କଂଗ୍ରେସ । ପାର୍ଲାମେଣ୍ଟରେ ଯେପରି ମହିଳାମାନଙ୍କ ପାଇଁ କମିଟି ହୋଇଛି ସେମିତି ହେଉ । ଏମିତି ପଦକ୍ଷେପ ହେଲେ ସବୁ ଦଳ ପାଇଁ କାମରେ ଲାଗିବ । ଦରକାର ପଡିଲେ କମିଟି ବୁଲି ବୁଲି ଖୋଜୁ କାହିଁକି ନିର୍ଯାତନାର ଶିକାର ହେଉଛନ୍ତି ମହିଳା । ତେବେ ଶାସକ ଦଳ କମିଟି ଗଠନ କରିବା ତ ଦୂରର କଥା ମତେ ଗୃହରେ କ୍ଷମା ମାଗିବା କଥା କହୁଛନ୍ତି । ଆମର ଡ଼ିମାଣ୍ଡ ଫୁଲଫିଲ୍ ହେଉ । ତାପରେ କ୍ଷମା କଣ କହିବେ ଯଦି ତାଙ୍କ ଘର ଯାଏ ଆଣ୍ଠେଇ ଆଣ୍ଠେଇ ଯିବି । କିନ୍ତୁ ଯାହା ଡମଣ୍ଡ ପୂରଣ ହବ ଦରକାର । ମୋ ପ୍ରତି ବିରୋଧୀ ଶାସକ ର ଅନେକ ନେତା ସପୋର୍ଟ କରୁଛନ୍ତି ।
ଭୁବନେଶ୍ୱର ୧୪/୦୩: କ୍ଷମା ପ୍ରାର୍ଥନା ଏ ତାରାବାହିନୀ ପକ୍ଷେ କିଛି ନୂଆ କଥା ନୁହେଁ । ମୋ ଉପରେ ପ୍ରତିବନ୍ଧକ ଲାଗିବା ବି କୌଣସି ଅପରାଧ ନୁହେଁ । କିନ୍ତୁ କଂଗ୍ରେସ ଯେଉଁ ଦାବି କରୁଛି ଆଗ ତାହା ପୂରଣ ସରୁ ତାପରେ ଅନ୍ୟ ନିଷ୍ପତ୍ତି । କାରଣ ମହିଳାଙ୍କ ସୁରକ୍ଷା ପାଇଁ କମିଟି କରିବାକୁ ବାରମ୍ବାର ଦାବି କରୁଛି କଂଗ୍ରେସ ।
ପାର୍ଲାମେଣ୍ଟରେ ଯେପରି ମହିଳାମାନଙ୍କ ପାଇଁ କମିଟି ହୋଇଛି ସେମିତି ହେଉ । ଏମିତି ପଦକ୍ଷେପ ହେଲେ ସବୁ ଦଳ ପାଇଁ କାମରେ ଲାଗିବ । ଦରକାର ପଡିଲେ କମିଟି ବୁଲି ବୁଲି ଖୋଜୁ କାହିଁକି ନିର୍ଯାତନାର ଶିକାର ହେଉଛନ୍ତି ମହିଳା । ତେବେ ଶାସକ ଦଳ କମିଟି ଗଠନ କରିବା ତ ଦୂରର କଥା ମତେ ଗୃହରେ କ୍ଷମା ମାଗିବା କଥା କହୁଛନ୍ତି ।
ଆମର ଡ଼ିମାଣ୍ଡ ଫୁଲଫିଲ୍ ହେଉ । ତାପରେ କ୍ଷମା କଣ କହିବେ ଯଦି ତାଙ୍କ ଘର ଯାଏ ଆଣ୍ଠେଇ ଆଣ୍ଠେଇ ଯିବି । କିନ୍ତୁ ଯାହା ଡମଣ୍ଡ ପୂରଣ ହବ ଦରକାର । ମୋ ପ୍ରତି ବିରୋଧୀ ଶାସକ ର ଅନେକ ନେତା ସପୋର୍ଟ କରୁଛନ୍ତି ।