ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା
ନୂଆପଡ଼ା,,୮ା୩(ମକାରୁ ବେମାଲ): ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଦୀର୍ଘ ୨୦ବର୍ଷ ହେବ କାର୍ଯ୍ୟରତ ଥାଇ ମଧ୍ୟ ସରକାରୀ ମାନ୍ୟତା ପାଇନାହାନ୍ତି ା ଏହାକୁ ନେଇ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି ା ୨୦୦୫ରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ଅଧୀନରେ ୪୨ ଶହ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି ା ଜନସ୍ବାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରି […] The post ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା appeared first on Dharitri Odia News.
ନୂଆପଡ଼ା,,୮ା୩(ମକାରୁ ବେମାଲ): ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଦୀର୍ଘ ୨୦ବର୍ଷ ହେବ କାର୍ଯ୍ୟରତ ଥାଇ ମଧ୍ୟ ସରକାରୀ ମାନ୍ୟତା ପାଇନାହାନ୍ତି ା ଏହାକୁ ନେଇ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି ା ୨୦୦୫ରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ଅଧୀନରେ ୪୨ ଶହ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି ା ଜନସ୍ବାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରି ସ୍ଥାୟୀ ପାଇଁ ଦୀର୍ଘବର୍ଷ ହେବ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେଥିପାଇଁ ସଂଘ ନିର୍ଦ୍ଦେଶକ୍ରମେ ମାର୍ଚ୍ଚ ୩ରୁ ୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରିବା ସହ ୧୦ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖବରଦାତା ସମ୍ମିଳନୀରେ ସଭାପତି ଦିବ୍ୟରଞ୍ଜନ ନାଏକ, ସମ୍ପାଦକ ନରେନ୍ଦ ପ୍ରଧାନ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ହେମନ୍ତ ଯୋଶୀ, ସୁଜିତ କୁମାର ସୁପକାର, ସନ୍ତୋଷ କୁମାର ସାହୁ, ଦିଲିପ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ ା
The post ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା appeared first on Dharitri Odia News.