ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ
ନିଶ୍ଚିନ୍ତକୋଇଲି,୧୨ା୨(ଅଶୋକ ମହାପାତ୍ର): କ୍ୟାନ୍ସରରେ ପୀଡ଼ିତ ଶଯ୍ୟାଶାୟୀ ଜଣେ ବ୍ୟକ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏପରିକି ଡାକ୍ତର ମଧ୍ୟ ତାଙ୍କୁ ୬ ମାସ ସମୟ ଦେଇ ଥିବା ସୂଚନା ମିଳିଛି। ସୂଚନା ମୁତାବକ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଞ୍ଚଳର ସୁବାସ ଲେଙ୍କା ୫୧ବର୍ଷ ସରକାରୀ ଠିକାଦାରୀ ଭାବେ ଛୋଟ ମୋଟ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାର ବଦଳିବା ପରେ […] The post ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୧୨ା୨(ଅଶୋକ ମହାପାତ୍ର): କ୍ୟାନ୍ସରରେ ପୀଡ଼ିତ ଶଯ୍ୟାଶାୟୀ ଜଣେ ବ୍ୟକ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏପରିକି ଡାକ୍ତର ମଧ୍ୟ ତାଙ୍କୁ ୬ ମାସ ସମୟ ଦେଇ ଥିବା ସୂଚନା ମିଳିଛି। ସୂଚନା ମୁତାବକ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଞ୍ଚଳର ସୁବାସ ଲେଙ୍କା ୫୧ବର୍ଷ ସରକାରୀ ଠିକାଦାରୀ ଭାବେ ଛୋଟ ମୋଟ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାର ବଦଳିବା ପରେ ସମସ୍ତ କାମ ଠପ୍ ହୋଇଯାଇଥିଲା। ଏବେ କିନ୍ତୁ ବ୍ରେନ କ୍ୟାନ୍ସରରେ ପୀଡ଼ିତ ହୋଇ ୪ ମାସ ଧରି ଶଯ୍ୟାଶାୟୀ ହୋଇଛନ୍ତି । ଅତି ଗରିବ ହୋଇ ଥିବା ବେଳେ ସ୍ତ୍ରୀ ଓ ଏକ ମାତ୍ର ୧୧ବର୍ଷର ପୁଅକୁ ନେଇ ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି । ଗୋଟେ ପଟେ କରଜ କରି ଟଙ୍କା ଆଣି କରି କାମ କରିଥିବା ବେଳେ ଅନ୍ୟପଟେ କ୍ୟାନ୍ସର ରୋଗ ଯେମିତି ପରିବାର ର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ନେମାଳ କମ୍ୟୁନିଟି ସେଣ୍ଟର ନାମରେ ଏକ ୪ ଲକ୍ଷ ଟଙ୍କା କାର୍ଯ୍ୟ କରି ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ତାଙ୍କ କାମର ପ୍ରାପ୍ୟ ମିଳି ପାରୁନାହିଁ । ବରଂ ବ୍ଲକ ପ୍ରଶାସନ ତାଙ୍କୁ ବିଭିନ୍ନ ଆଳ ଦେଖାଇ ବିଲ୍ଟିକୁ ବନ୍ଦ କରି ରଖିଛନ୍ତ। ନିଜର ପ୍ରାପ୍ୟ ଅର୍ଥ ପାଇଲେ ଚିକିତ୍ସା କରି ଆଉ କିଛି ଦିନ ବଞ୍ଚି ପାରନ୍ତେ କିନ୍ତୁ ପ୍ରଶାସନ ତାଙ୍କୁ ହଇରାଣ କରିଚାଲିଛି। ଅନ୍ୟପଟେ ନିରୁପାୟ ହୋଇ ଆଜି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ଶୋଇ ରହି ଧାରଣା ଦେଇଥିଲେ। ହେଲେ ଅନ୍ୟପଟେ ବିଡିଓ ଓ ମାହାଙ୍ଗା ବିଧାୟକ ତଦନ୍ତ କରି ତୁରନ୍ତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
The post ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ appeared first on Dharitri Odia News.