‘ମୋ ପାଇଁ ଆଜି ନୂଆବର୍ଷ’, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାବୁକ ହେଲେ ବିଲ୍କିସ୍
ନୂଆଦିଲ୍ଲୀ,୮।୧: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ୧୧ ଅପରାଧୀଙ୍କୁ ଜେଲ୍କୁ ଫେରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ତାଙ୍କ ରାୟରେ କହିଛନ୍ତି। ଜେଲରେ ଉତ୍ତମ ଆଚରଣ ଦର୍ଶାଇ ଗୁଜରାଟ ସରକାର ଅପରାଧୀମାନଙ୍କୁ ମୁକ୍ତ କରିଦେଇଥିଲେ। ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଅଦାଲତ ଖାରଜ କରିଦେବା ସହ ଅପରାଧୀମାନେ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ଅପରାଧୀମାନଙ୍କୁ ମୁକ୍ତ […] The post ‘ମୋ ପାଇଁ ଆଜି ନୂଆବର୍ଷ’, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାବୁକ ହେଲେ ବିଲ୍କିସ୍ appeared first on Dharitri Odia News.
ନୂଆଦିଲ୍ଲୀ,୮।୧: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ୧୧ ଅପରାଧୀଙ୍କୁ ଜେଲ୍କୁ ଫେରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ତାଙ୍କ ରାୟରେ କହିଛନ୍ତି। ଜେଲରେ ଉତ୍ତମ ଆଚରଣ ଦର୍ଶାଇ ଗୁଜରାଟ ସରକାର ଅପରାଧୀମାନଙ୍କୁ ମୁକ୍ତ କରିଦେଇଥିଲେ। ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଅଦାଲତ ଖାରଜ କରିଦେବା ସହ ଅପରାଧୀମାନେ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ଅପରାଧୀମାନଙ୍କୁ ମୁକ୍ତ କରିବା କ୍ଷମତା ଗୁଜରାଟ ସରକାରଙ୍କର ନ ଥିଲା ବୋଲି ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଉଜ୍ଜଳ ଭୂୟଁାଙ୍କ ଖଣ୍ଡପୀଠ ତାଙ୍କ ଐତିହାସିକ ରାୟରେ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିଲ୍କିସ୍ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଜି ମୋ ପାଇଁ ଏକ ନୂଆବର୍ଷ।
ଦେଢ଼ ବର୍ଷରୁ ଅଧିକ ସମୟ ମଧ୍ୟରେ ମୁଁ ପ୍ରଥମ ଥର ହସିଲି । ମୁଁ ମୋର ପିଲାମାନଙ୍କୁ ଆଲିଙ୍ଗନ କରିଛି। ଏହା ଲାଗୁଛି ଯେପରି ମୋ ଛାତିରୁ ପର୍ବତ ପରି ବଡ ପଥର କାଢି ନିଆଯାଇଛି ଏବଂ ମୁଁ ପୁଣି ନିଶ୍ୱାସ ନେଇପାରିବି। ଏଥିସହ ବିଲ୍କିସ୍ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ‘ମୋ ପାଇଁ ଆଜି ନୂଆବର୍ଷ’, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାବୁକ ହେଲେ ବିଲ୍କିସ୍ appeared first on Dharitri Odia News.