ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ

ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ଯିବାକୁ ପଡ଼ିଛି। ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଶିକ୍ଷକ ଜଣକ ପାରାଦୀପ ନେଇ ହୋଟେଲରେ ରଖି ବଳାତ୍କାର କରିଥିବା ବୁଧବାର ପୀଡ଼ିତା ଲିଖିତ ଅଭିଯୋଗ କରିଥିଲେ। […] The post ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ appeared first on Dharitri Odia News.

ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ

ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ଯିବାକୁ ପଡ଼ିଛି। ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଶିକ୍ଷକ ଜଣକ ପାରାଦୀପ ନେଇ ହୋଟେଲରେ ରଖି ବଳାତ୍କାର କରିଥିବା ବୁଧବାର ପୀଡ଼ିତା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଶିକ୍ଷକଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। କେନ୍ଦ୍ରାପଡ଼ା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୩ ଅନୁସାରେ ପୀଡ଼ିତା ମହିଳାଙ୍କ ବୟାନ ରେକର୍ଡ ଶୁକ୍ରବାର କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଶିକ୍ଷକଙ୍କୁ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ଥାନାରେ ନଂ. ୧୩୯/୨୫ରେ ମାମଲା ରୁଜୁ ହୋଇଛି। ପୋଲିସ ଅଟକ ରଖିବା ପରେ ଶିକ୍ଷକ ରଞ୍ଜିତ ଚତୁରତାର ସହ ଶିକ୍ଷକତା କରୁଥିବା ମହାକାଳପଡ଼ା ପଞ୍ଚାୟତ ସ୍ଥାନୀୟ ରାଇଗଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଦରଖାସ୍ତ ଦେଇଛନ୍ତି ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ସିଂ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କୁ ପଚାରିବାରେ ପୋଲିସ ପକ୍ଷରୁ ଶିକ୍ଷକଙ୍କ ବିରୋଧରେ ରିପୋର୍ଟ ଆସିଲେ ୪୮ ଘଣ୍ଟା ଜେଲରେ ଯଦି ରୁହନ୍ତି, ତେବେ ଆଇନ ଅନୁସାରେ ନିଲମ୍ବିତ ହେବେ ବୋଲି ସେ କହିଛନ୍ତି।

The post ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ appeared first on Dharitri Odia News.