‘୪୦୦ ପାର୍’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍’
ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍’ ନାରା ଦେଇଥିଲା ତାହା ସତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଭାରତର ନିର୍ବାଚନ ଇତିହାସରେ କେବଳ ଥରେ ମାତ୍ର ଗୋଟିଏ ରାଜନୈତିକ ଦଳକୁ ୪୦୦ରୁ ଅଧିକ ଆସନ ମିଳିଥିଲା। ୧୯୮୪ ଲୋକ ସଭା ନିର୍ବାଚନରେ ଏହା ଘଟିଥିଲା। ସେତେବେଳେ ୫୪୧ ଆସନରୁ କଂଗ୍ରେସ ୪୧୪ ଆସନରେ ବିଜୟ ହାସଲ […] The post ‘୪୦୦ ପାର୍’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍’ appeared first on Dharitri Odia News.
ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍’ ନାରା ଦେଇଥିଲା ତାହା ସତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଭାରତର ନିର୍ବାଚନ ଇତିହାସରେ କେବଳ ଥରେ ମାତ୍ର ଗୋଟିଏ ରାଜନୈତିକ ଦଳକୁ ୪୦୦ରୁ ଅଧିକ ଆସନ ମିଳିଥିଲା। ୧୯୮୪ ଲୋକ ସଭା ନିର୍ବାଚନରେ ଏହା ଘଟିଥିଲା। ସେତେବେଳେ ୫୪୧ ଆସନରୁ କଂଗ୍ରେସ ୪୧୪ ଆସନରେ ବିଜୟ ହାସଲ କରିଥିଲା। ଏହି ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିଲା।
ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ପୁଅ ରାଜୀବ ଗାନ୍ଧୀଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଥିଲା। ୧୯୮୪ ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ ମିଳିଥିଲା। ଏହାପରେ କଂଗ୍ରେସକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ୧୯୮୯ରେ ନିର୍ବାଚନରେ କଂଗ୍ରେସ ହାତରୁ ଶାସନଗାଦି ଯାଇଥିଲା ଏବଂ ଏହି ନିର୍ବାଚନରେ ଦଳକୁ ମାତ୍ର ୧୭୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫଳରେ ଜନତା ଦଳ ନେତୃତ୍ୱରେ ଅନେକ ଦଳ ମିଶି ସରକାର ଗଢିଥିଲେ।
The post ‘୪୦୦ ପାର୍’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍’ appeared first on Dharitri Odia News.