ତାଳଚେର ସହର ପ୍ରଦୂଷଣ ନେଇ ଏନ୍ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍
କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ ହୋଇଛି। ମାମଲାର ବିବରଣୀ ଅନୁଯାୟୀ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମହାନଦୀ କୋଲ୍ ଫିଲଡ୍ ଦ୍ୱାରା ପରିବେଶ ବହୁ ଭାବେ ପ୍ରଦୂଷିତ ହୋଉଛି। ଦେଶର ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ମହାନଦୀ […] The post ତାଳଚେର ସହର ପ୍ରଦୂଷଣ ନେଇ ଏନ୍ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍ appeared first on Dharitri Odia News.
କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମହାନଦୀ କୋଲ୍ ଫିଲଡ୍ ଦ୍ୱାରା ପରିବେଶ ବହୁ ଭାବେ ପ୍ରଦୂଷିତ ହୋଉଛି। ଦେଶର ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ମହାନଦୀ କୋଲ୍ ଫିଲ୍ଡ୍ ଅନ୍ତର୍ଗତ ତାଳଚେର କୋଲଫିଲ୍ଡ୍ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ୩୮.୬୫ ବିଲିୟନ୍ ଟନ୍ କୋଇଲା ଗଚ୍ଛିତ ରଖିଛି। ପ୍ରତ୍ୟେକ ଦିନ ପ୍ରାୟ ୫୦୦୦-୧୦୦୦୦ ଟ୍ରକ କୋଇଲା ବୋଝେଇ କରି ତାଳଚେର କୋଇଲା ଖଣିରୁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ଏହି ଟ୍ରକଗୁଡ଼ିକ ସହର ମଧ୍ୟରେ ଗତି କରି ଜାତୀୟ ରାଜପଥ ୧୪୯ରେ ଯାଉଛନ୍ତି। ଟ୍ରକ୍ରେ କୋଇଲା ପରିବହନ ବେଳେ ସେଥିରୁ ଯେପରି କୋଇଲା ଗୁଣ୍ଡ ବାହାରକୁ ନ ଆସିବ ସେନେଇ କୌଣସି ପ୍ରତିଷେଧମୂଳକ ବା ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। କୋଇଲା କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ, ସେଗୁଡ଼ିକ ଦୃଶ୍ୟମାନ ହେଉନାହିଁ। ଅପରପକ୍ଷରେ କ୍ଷୁଦ୍ର କୋଇଲାଗୁଣ୍ଡଗୁଡ଼ିକ ଲୋକଙ୍କ ଘର ଭିତରେ ବା ଯେକୌଣସି ପଦାର୍ଥରେ ଏକ କଳା ଆସ୍ତରଣ ସୃଷ୍ଟି କରୁଛି। ଏହି କୋଇଲାଗୁଣ୍ଡ ଦ୍ୱାରା ବଲହାର, ଲିଙ୍ଗରାଜ, ନନ୍ଦିରା, ବି ଆଳନ୍ଦା, ଥର୍ମାଲ ଅଞ୍ଚଳ, ତେନ୍ତୁଳେଇ, ବଡ଼ଦାଣ୍ଡ ସାହି, ବାଘମରା ଓ ଦିଆଝରନ୍ ଆଦି ଗ୍ରାମର ବାୟୁ ପ୍ରଦୂଷିତ ହେଉଛି। ପୁଣି କୋଇଲା ଗୁଣ୍ଡ ସହିତ ପାଉଁଶ ଚାଷଜମି ଓ ଜଳାଶୟଗୁଡ଼ିକୁ ପ୍ରଦୂଷିତ କରୁଛି।
ବିଶେଷ କରି ତେନ୍ତୁଳେଇ, ବଡ଼ଦାଣ୍ଡସାହି, ବାଘମରା ଓ ଦିଆଝରନ୍ ଗ୍ରାମର ପ୍ରଦୂଷଣ ସର୍ବାଧିକ ହୋଇଛି। ତାଳଚେର ମ୍ୟୁନିସିପାଲିଟିରେ ୨୦୨୧ ଜୁଲାଇରୁ ନାଶନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ସେଲ୍ ଗଠନ କରାଯାଇଛି। ତାଳଚେର ସହରରେ ବାୟୁ ପ୍ରଦୂଷଣ ହ୍ରାସ ଓ ନିୟନ୍ତ୍ରଣ କରିବା ଏହି ସେଲ୍ର ଲକ୍ଷ୍ୟ ହୋଇଥିଲେ ବି ତାହା ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଏସବୁ ସମସ୍ୟାକୁ ନେଇ ଏନ୍ଜିଟି ପକ୍ଷରୁ ଭାରତ ସରକାରୀଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ସରକାର, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ ଜିଲାପାଳ ଆଦିଙ୍କୁ ନୋଟିସ୍ ଜାରି କରାଯାଇଛି। ଆବେଦନକାରୀ ଶ୍ରୀଧର ସାମଲଙ୍କ ପକ୍ଷରୁ ଆଇନ୍ଜୀବୀ ଅଫ୍ରାଜ୍ ସୁହାଇଲ ମାମଲା ପରିଚାଳନା କରୁଛନ୍ତି।
The post ତାଳଚେର ସହର ପ୍ରଦୂଷଣ ନେଇ ଏନ୍ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍ appeared first on Dharitri Odia News.