ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ…
ଭୁବନେଶ୍ୱର,୨୬।୭: ବିଧାନସଭାରେ ରଥଯାତ୍ରାର ନୀତିରେ ମହାବିଭ୍ରାଟ ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କଦମଙ୍କ ଦ୍ୱାରା ମୁଲତବୀ ପ୍ରସ୍ତାବ ଆସିଛି। ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି, ଏହାହା ସମ୍ପୂର୍ଣ ନିରାଧାର, ମିଥ୍ୟାଚାର ଏବଂ କପୋଳକଳ୍ପି କଳ୍ପିତ। ଏହି ମୁଲତବୀ ପ୍ରସ୍ତାବ ସମ୍ପୂର୍ଣ୍ଣ ଅବାସ୍ତବ ସ୍ତବ ଏବଂ ଗ୍ରହଣ ଯୋଗ୍ୟ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ଏକ ବିରଳ ରଥଯାତ୍ରା ଭାବେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଦିନରେ […] The post ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୬।୭: ବିଧାନସଭାରେ ରଥଯାତ୍ରାର ନୀତିରେ ମହାବିଭ୍ରାଟ ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କଦମଙ୍କ ଦ୍ୱାରା ମୁଲତବୀ ପ୍ରସ୍ତାବ ଆସିଛି। ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି, ଏହାହା ସମ୍ପୂର୍ଣ ନିରାଧାର, ମିଥ୍ୟାଚାର ଏବଂ କପୋଳକଳ୍ପି କଳ୍ପିତ। ଏହି ମୁଲତବୀ ପ୍ରସ୍ତାବ ସମ୍ପୂର୍ଣ୍ଣ ଅବାସ୍ତବ ସ୍ତବ ଏବଂ ଗ୍ରହଣ ଯୋଗ୍ୟ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ଏକ ବିରଳ ରଥଯାତ୍ରା ଭାବେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଦିନରେ ମହାପ୍ରଭୁଙ୍କର ନବଯୌବନ ବେଶ, ନେତ୍ରୋତ୍ସବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ନୀତି ସମ୍ପାଦନ କରିବା ଏବଂ ତାପରେ ଶ୍ରୀ ଜୀଉ ମାନଙ୍କ ପହଣ୍ଡିବିଜେ କରାଇବା ତଥା ରଥ ଟାଣିବା ଏକ ଅସମ୍ଭବ କାର୍ଯ୍ୟ ମନେ ହେଉଥିଲା।
ଆମେ ସରକାରକୁ ଆସି ଯେତେବେଳେ ଦାଇତ୍ୱ ନେଲୁ ଏବଂ ସରକାରୀ ଅଧିକାରୀ ତଥା ମନ୍ଦିର ପ୍ରଶାସନସହ କଥା ହେଲୁ, ସେତେବେଳେ ଗତ ସମୟରେ ପ୍ରାୟତଃ ସ୍ଥିରୀକୃତ ହୋଇସାରିଥିଲା ଯେ ଶ୍ରୀଗୁଣ୍ଡିଚା ଦିନ ସମସ୍ତ ନୀତିକାନ୍ତି ସାରିବା ଏବଂ ଦିତୀୟ ଦିନ ରଥ ଟଣାଯିବ। ଏହାକୁ ନଜରରେ ରଖ ସରକାର, ମନ୍ଦିର ପ୍ରଶାସନ ଏବଂ ସେବାୟତ ନିଯୋଗ ମାନଙ୍କ ସହ ସବୁ ପ୍ରକାର କାରର ଆଲୋଚନା କରି ସମ୍ପୂର୍ଣ୍ଣ ନୀତିର୍ନିଘଣ୍ଟଠାରୁ ଆରମ୍ଭକରି ସମସ୍ତ କାର୍ଯ୍ୟର ପ୍ରସ୍ତୁତ ଆରମ୍ଭ କଲେ।
ମହାପ୍ରଭୁଙ୍କର ଅପାର କରୁଣାରୁ ଏକ ଅତ୍ୟନ୍ତ ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ହେଲା ହେ ଏବଂ ସମଗ୍ର ବିଶ୍ବ ମଧ୍ୟ ଏହାର ଦର୍ଶନ କରିବାକୁ ସକ୍ଷମ ହେଲେ।
ଏହା ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଦର୍ଶନଠାରୁ ଆରମ୍ଭ କରି, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ନୀତି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେଉଛି।
The post ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ… appeared first on Dharitri Odia News.