‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’
ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମସେନାଠାରେ ଥିବା ଗୁରୁକୁଳ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ, ୨୦୧ କୁଣ୍ଡିୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ସୋମବାର ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ଗସ୍ତରେ ଆସି ଏହି ମହୋତ୍ସବରେ ଯୋଗଦାନ କରିଥିଲେ। ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଖରିଆର ରୋଡ ଗୋତମା ଏୟାର ଷ୍ଟ୍ରିପରେ ଅବତରଣ କରି ସଡକ ପଥରେ ସେ ଆମସେନା ଯାଇଥିଲେ। ଗତ ୩ଦିନ […] The post ‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’ appeared first on Dharitri Odia News.
ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମସେନାଠାରେ ଥିବା ଗୁରୁକୁଳ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ, ୨୦୧ କୁଣ୍ଡିୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ସୋମବାର ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ଗସ୍ତରେ ଆସି ଏହି ମହୋତ୍ସବରେ ଯୋଗଦାନ କରିଥିଲେ। ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଖରିଆର ରୋଡ ଗୋତମା ଏୟାର ଷ୍ଟ୍ରିପରେ ଅବତରଣ କରି ସଡକ ପଥରେ ସେ ଆମସେନା ଯାଇଥିଲେ। ଗତ ୩ଦିନ ଧରି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସୋମବାର ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓଙ୍କ ଦ୍ୱାରା ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଏହି ଅବସରରେ ଏକ ଛାତ୍ରାବାସର ଭୂମିପୂଜନ କରି ସେ କହିଥିଲେ, ୧୯୯୧ରେ ଗୁରୁକୁଳ ଆଶ୍ରମ ଆସିଥିଲି। ଦ୍ୱିତୀୟ ଥର ପାଇଁ ଆସିବା ଅବସରରେ ଦେଶ ବିଦେଶରୁ ଆସିଥିବା ବ୍ରହ୍ମଚାରୀ, ସାଧୁସନ୍ଥ, ତପସ୍ବୀ, ମୁନିଋଷିଙ୍କ ଦର୍ଶନ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ। ପରେ ଆଶ୍ରମର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ପୂର୍ବତନ କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା, ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ଗୁରୁକୁଳ ସଂସ୍ଥାପକ ସ୍ବାମୀ ଧର୍ମାନନ୍ଦ ସରସ୍ବତୀ, ଗୁରୁକୂଳ ଆଚାର୍ଯ୍ୟ ବ୍ରତାନନ୍ଦ ସରସ୍ବତୀ, ଦିଲ୍ଲୀର ସ୍ବାମୀ ଆର୍ଯ୍ୟବେଶ ଜୀ, ଆଦିତ୍ୟ ବେଶ, ରାଜସ୍ଥାନର ସ୍ବାମୀ ସଚ୍ଚିଦାନନ୍ଦ ଯୋଗୀ, ଆଚାର୍ଯ୍ୟ କୋମଳ ଜୀ, ସ୍ବାମୀ ରାମବୀର ଶାସ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଗୁରୁକୁଳ ଆଶ୍ରମ ଆଚାର୍ଯ୍ୟ ଡ. କୁଞ୍ଜଦେବ ମନିସି ମଞ୍ଚ ପରିଚାଳନା କରିଥିଲେ ।
The post ‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’ appeared first on Dharitri Odia News.