ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ…
ଫ୍ଲୋରିଡା, କ୍ଲେରମୋଣ୍ଟର ଆଶା ମଣ୍ଡେଲା ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଆଜିଯାଏ କେହି ଭାଙ୍ଗି ପାରୁନାହାନ୍ତି। ତାହା ହେଉଛି ସବୁଠୁ ଲମ୍ବା କେଶର ରେକର୍ଡ। ତାଙ୍କ କେଶର ଲମ୍ବା ହେଉଛି ୩୩.୫ ମିଟର ବା ୧୧୦ ଫୁଟ୍। ତାଙ୍କ କେଶର ଓଜନ ୧୯ କେ.ଜି.। ଆଶା କହନ୍ତି,‘ ୪୪ ବର୍ଷ ପୂର୍ବେ କେଶ ବଢାଇବା ଆରମ୍ଭ କରିଥିଲି। ମୁଁ ମୋ କେଶକୁ କୋବ୍ରା ବେବି କହେ। ଶୋଇବାକୁ ଗଲେ ଏହାକୁ ଏକ ସ୍ଥାନରେ ବାନ୍ଧିଦିଏ। ବଳକା […] The post ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ… appeared first on Dharitri Odia News.
ଫ୍ଲୋରିଡା, କ୍ଲେରମୋଣ୍ଟର ଆଶା ମଣ୍ଡେଲା ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଆଜିଯାଏ କେହି ଭାଙ୍ଗି ପାରୁନାହାନ୍ତି। ତାହା ହେଉଛି ସବୁଠୁ ଲମ୍ବା କେଶର ରେକର୍ଡ। ତାଙ୍କ କେଶର ଲମ୍ବା ହେଉଛି ୩୩.୫ ମିଟର ବା ୧୧୦ ଫୁଟ୍। ତାଙ୍କ କେଶର ଓଜନ ୧୯ କେ.ଜି.। ଆଶା କହନ୍ତି,‘ ୪୪ ବର୍ଷ ପୂର୍ବେ କେଶ ବଢାଇବା ଆରମ୍ଭ କରିଥିଲି। ମୁଁ ମୋ କେଶକୁ କୋବ୍ରା ବେବି କହେ। ଶୋଇବାକୁ ଗଲେ ଏହାକୁ ଏକ ସ୍ଥାନରେ ବାନ୍ଧିଦିଏ। ବଳକା କେଶକୁ ଧରି ଶୁଏ। ତାଙ୍କ ସହ କଥା ହୁଏ। ମୋ ସ୍ବାମୀ ଇମାନୁଏଲ ଚେଗେ ଜଣେ ପେସାଦାର ହେୟାରଷ୍ଟାଇଲିଷ୍ଟ। ସେ ମୋ କେଶର ବଡ଼ ଫ୍ୟାନ ଓ ସେ ହିଁ ମୋ କେଶର ଯତ୍ନ ନିଅନ୍ତି। ମୋ କେଶ ଧୋଇବାଠୁ ଆରମ୍ଭ କରି ଶୁଖାଇବା ପର୍ଯ୍ୟନ୍ତ ସବୁ ସେ ହିଁ କରନ୍ତି। କେଶ ଶୁଖିବାକୁ ୨ ଦିନ ଲାଗେ। ସପ୍ତାହକୁ ଥରେ କେଶ ଧୁଏ। ଶାମ୍ପୁ ଲାଗେ ୭ ବଟଲ୍। ମୋ କେଶକୁ ଛୋଟ ଛୋଟଭାଗ କରି ବାନ୍ଧି ଦିଅନ୍ତି ମୋ ସ୍ବାମୀ।’ କେଶ ତଳେ ଘୋଷାରି ନ ହେବା ପାଇଁ ଆଶା କପଡାରେ କେଶକୁ ବାନ୍ଧି ରଖନ୍ତି।
The post ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ… appeared first on Dharitri Odia News.