ଘରେ ଅସରପା ହେଉଛି କି? ଜାଣନ୍ତୁ କିପରି କରିବେ ଦୂର
ସାରା ଘରକୁ ଆପଣ କେତେ ଯତ୍ନରେ ସଜାଇଛନ୍ତି। ହେଲେ ଅସରପା ଆପଣଙ୍କ ଘରେ ନିଜର ଏକ ବଡ଼ କଲୋନି ବନାଇ ରହିଗଲାଣି। ଯେତେବେଳେ ଆପଣ କିଚେନ୍କୁ ଯାଉଛନ୍ତି ସେତେବେଳେ ୨/୩ ଅସରପା ଇଆଡ଼େ ସିଆଡ଼େ ଦୌଡୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ଏମାନଙ୍କଠାରୁ ମୁକ୍ତି ଚାହାନ୍ତି ତେବେ କିଛି ଔଷଧର ବ୍ୟବହାର କରିବା ଶିଖନ୍ତୁ ଯାହା ଆପଣଙ୍କୁ ଅସରପା ଦାଉରୁ ମୁକ୍ତି ଦେଇଥାଏ…. ଲବଙ୍ଗର ବ୍ୟବହାର କରନ୍ତୁ । ଏମାନଙ୍କ ଠାରୁ ରକ୍ଷା ପାଇବାକୁ ହେଲେ କିଚେନ୍ର […] The post ଘରେ ଅସରପା ହେଉଛି କି? ଜାଣନ୍ତୁ କିପରି କରିବେ ଦୂର appeared first on Dharitri Odia News.
ସାରା ଘରକୁ ଆପଣ କେତେ ଯତ୍ନରେ ସଜାଇଛନ୍ତି। ହେଲେ ଅସରପା ଆପଣଙ୍କ ଘରେ ନିଜର ଏକ ବଡ଼ କଲୋନି ବନାଇ ରହିଗଲାଣି। ଯେତେବେଳେ ଆପଣ କିଚେନ୍କୁ ଯାଉଛନ୍ତି ସେତେବେଳେ ୨/୩ ଅସରପା ଇଆଡ଼େ ସିଆଡ଼େ ଦୌଡୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ଏମାନଙ୍କଠାରୁ ମୁକ୍ତି ଚାହାନ୍ତି ତେବେ କିଛି ଔଷଧର ବ୍ୟବହାର କରିବା ଶିଖନ୍ତୁ ଯାହା ଆପଣଙ୍କୁ ଅସରପା ଦାଉରୁ ମୁକ୍ତି ଦେଇଥାଏ….
ଲବଙ୍ଗର ବ୍ୟବହାର କରନ୍ତୁ । ଏମାନଙ୍କ ଠାରୁ ରକ୍ଷା ପାଇବାକୁ ହେଲେ କିଚେନ୍ର କ୍ୟାବିନେଟ୍ରେ ଲବଙ୍ଗ ରଖିଦିଅନ୍ତୁ ଏବଂ ଦେଖନ୍ତୁ ଏହାର ପ୍ରଭାବ ଫଳରେ ଅସରପା ଦୌଡ଼ି ପଳାଉଛନ୍ତି।
ପାଉଡରକୁ କୌଣସି ଏକ ପାତ୍ରରେ କିମ୍ବା ଢାଙ୍କୁଣି ଥିବା ବୋତଲରେ ଠିପି ବନ୍ଦକରି ରଖିଦିଅନ୍ତୁ। ଆପଣ ଚିନିକୁ ବୋରିକ୍ ଏସିଡ୍ ସହ ମିଶାଇ ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଦେଖିବେ ସେଠାରୁ ଅସରପା ଦୌଡ଼ି ପଳାଇବେ।
ଆପଣ ଅଣ୍ଡା ଖାଉଥାନ୍ତି ତେବେ ତା’ର ଖୋଳକୁ ଫିଙ୍ଗନ୍ତୁ ନାହିଁ। ଏହା ଅସରପାକୁ ଦୂର କରିବାରେ ପ୍ରମୁଖ ଭୂମିକା ରହିଛି।
The post ଘରେ ଅସରପା ହେଉଛି କି? ଜାଣନ୍ତୁ କିପରି କରିବେ ଦୂର appeared first on Dharitri Odia News.