ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ ନୂଆଦିଲ୍ଲୀ,୬ା୮: ଆଜିକାଲି ଭାରତର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି। ଏହି ହିଂସାରେ ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୀମାନ୍ତ ଦେଶରେ ଏଭଳି ପରିସ୍ଥିତିକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଏହା ବ୍ୟତୀତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ […] The post ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ appeared first on Dharitri Odia News.

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ
ନୂଆଦିଲ୍ଲୀ,୬ା୮: ଆଜିକାଲି ଭାରତର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି। ଏହି ହିଂସାରେ ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୀମାନ୍ତ ଦେଶରେ ଏଭଳି ପରିସ୍ଥିତିକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଏହା ବ୍ୟତୀତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ସମସ୍ତ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଏହି ପ୍ରସଙ୍ଗରେ ଏପରି ବିବୃତ୍ତି ଦେଇଛନ୍ତି,ଯାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସଲମାନ ଖୁର୍ସିଦ କହିଛନ୍ତି, ବାଂଲାଦେଶରେ ଯାହା ଘଟୁଛି ତାହା ଭାରତରେ ମଧ୍ୟ ହୋଇପାରେ। ତାଙ୍କ ବିବୃତ୍ତିରେ ବହୁ ଭାଜପା ନେତା ଦୃଢ ଆପତ୍ତି ଜଣାଇଛନ୍ତି।
କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି, ବାଂଲାଦେଶରେ ଯାହା ଘଟୁଛି ତାହା ଭାରତରେ ମଧ୍ୟ ହୋଇପାରେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଜିବୁର ରେହମାନଙ୍କ ପୁସ୍ତକ ଶିକୱା-ଇ-ହିନ୍ଦ: ଦି ପଲିଟିକାଲ ଫ୍ୟୁଚର୍‌ ଅଫ୍‌ ଇଣ୍ଡିୟନ୍‌ ମୁସ୍‌ଲିମ୍ସ ଉନ୍ମୋଚନ ଉତ୍ସବରେ ସେ ଏହା କହିଛନ୍ତି।

ଖୁର୍ସିଦ କହିଛନ୍ତି, କଶ୍ମୀରରେ ସବୁକିଛି ସ୍ବାଭାବିକ ହୋଇପାରେ। କିନ୍ତୁ ପ୍ରକୃତ ସତ ତାହା ନୁହେଁ। ଜୁଲାଇ ମାସରୁ ବାଂଲାଦେଶରେ ସରକାର ବିରୋଧୀ ବିରୋଧର ଏକ ଲହରୀ ଖେଳିଯାଇଥିଲା। ଏହା ପରେ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାଇଥିଲେ। ତେବେ ଏହାକୁ ବ୍ୟାପକ ବିରୋଧ କରାଯିବା ପରେ ସେ ଏହି ବିବୃତ୍ତିକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ସଲମାନ ଖୁର୍ସିଦ କହିଛନ୍ତି, ମୁଁ ଯାହା କହୁଛି, ମୁଁ ସର୍ବସାଧାରଣରେ କହୁଛି, କେବେବି ବ୍ୟକ୍ତିଗତ ଭାବରେ ନୁହେଁ।

The post ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ appeared first on Dharitri Odia News.