ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ ଏଠାରେ ଛୋଟ ଗାଧୁଆଘର ହେଉ କି ରୋଷେଇ ଘର ଆଦି ତିଆରି କରିଦେଇଥାନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଠିକ୍‌ ନୁହେଁ। କାହିଁକି ଜାଣନ୍ତୁ ସେ ସମ୍ପର୍କରେ… * ସ୍ଥାନ ଅଭାବ ଯୋଗୁ କେହି କେହି ଶିଡ଼ି ତଳେ ଛୋଟ ଠାକୁର ଘର ବି କରି ଦେଇଥାନ୍ତି। କିନ୍ତୁ […] The post ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ…. appeared first on Dharitri Odia News.

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ ଏଠାରେ ଛୋଟ ଗାଧୁଆଘର ହେଉ କି ରୋଷେଇ ଘର ଆଦି ତିଆରି କରିଦେଇଥାନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଠିକ୍‌ ନୁହେଁ। କାହିଁକି ଜାଣନ୍ତୁ ସେ ସମ୍ପର୍କରେ…

* ସ୍ଥାନ ଅଭାବ ଯୋଗୁ କେହି କେହି ଶିଡ଼ି ତଳେ ଛୋଟ ଠାକୁର ଘର ବି କରି ଦେଇଥାନ୍ତି। କିନ୍ତୁ ଏପରି କରିବା ଆଦୌ ଶୁଭଙ୍କର ନୁହେଁ। ଏହା ଘରର ଐଶ୍ୱର୍ଯ୍ୟ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ।

* ରୋଷେଇ ଘର ବି ଶିଡ଼ି ତଳେ ତିଆରି କରିବା ଉଚିତ୍‌ ନୁହେଁ; ଏହା ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ିଥାଏ।

* ଅନ୍ୟପକ୍ଷେ ଗାଧୁଆଘର କି ଶୌଚାଳୟ ମଧ୍ୟ ଶିଡ଼ି ତଳେ ତିଆରି କରିବା ଆଦୌ ଶୁଭଲକ୍ଷଣ ନୁହେଁ। ଏହା ଘରର ଆର୍ଥିକାବସ୍ଥାକୁ ଦୁର୍ବଳ କରିବା ସହ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।

* ଶିଡ଼ି ତଳେ ଡଷ୍ଟବିନ୍‌ ରଖିବା ବି ଠିକ୍‌ ନୁହେଁ, ଏହା ଘରେ କଳହ ଓ ଅଶାନ୍ତିର ପରିବେଶ ସୃଷ୍ଟି କରିଥାଏ।

* ଜୋତା ଷ୍ଟାଣ୍ଡକୁ ବି ଶିଡ଼ି ତଳେ ରଖିବେ ନାହିଁ। କୁହାଯାଏ, ଏହା କୁଆଡ଼େ ଘରେ ବାସ୍ତୁଦୋଷ ସୃଷ୍ଟି କରେ।

The post ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ…. appeared first on Dharitri Odia News.