ସୁନାଚେନ୍ର କେଶ
ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍ ଦାନ୍ ସୁର୍ଙ୍କ ହେୟାରଷ୍ଟାଇଲ୍ ଏବେ ବେଶ୍ ଚର୍ଚ୍ଚାରେ। କାରଣ ତାଙ୍କ ହେୟାରଷ୍ଟାଇଲ ସମ୍ପୂର୍ଣ୍ଣ ଅଲଗା। ବୋଧହୁଏ ଏଭଳି ହେୟାରଷ୍ଟାଇଲ ଆଉ କେହି କରି ନ ଥିବେ। କଥା କ’ଣ କି ସେ ନିଜର ପ୍ରାକୃତିକ କେଶ ସ୍ଥାନରେ ସୁନାର ଚେନ୍୍ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପର୍ମାନଙ୍କର ଭିନ୍ନ ଷ୍ଟାଇଲ୍ ସମସ୍ତଙ୍କୁ […] The post ସୁନାଚେନ୍ର କେଶ appeared first on Dharitri Odia News.
ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍ ଦାନ୍ ସୁର୍ଙ୍କ ହେୟାରଷ୍ଟାଇଲ୍ ଏବେ ବେଶ୍ ଚର୍ଚ୍ଚାରେ। କାରଣ ତାଙ୍କ ହେୟାରଷ୍ଟାଇଲ ସମ୍ପୂର୍ଣ୍ଣ ଅଲଗା। ବୋଧହୁଏ ଏଭଳି ହେୟାରଷ୍ଟାଇଲ ଆଉ କେହି କରି ନ ଥିବେ। କଥା କ’ଣ କି ସେ ନିଜର ପ୍ରାକୃତିକ କେଶ ସ୍ଥାନରେ ସୁନାର ଚେନ୍୍ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପର୍ମାନଙ୍କର ଭିନ୍ନ ଷ୍ଟାଇଲ୍ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହେଲେ ଦାନ୍ ସୁର୍ ଅନ୍ୟମାନଙ୍କଠୁ ଭିନ୍ନ ହେବା ଲାଗି ଏଭଳି ଏକ ପନ୍ଥା ଆପଣେଇଲେ। ଆଉ ନିଜର ସୁନ୍ଦର କେଶ ସ୍ଥାନରେ ସୁନା ଚେନ୍ର କେଶ ପ୍ରତିରୋପଣ କରି ସାରା ପୃଥିବୀରେ ଚର୍ଚ୍ଚିତ ହେଲେ। ଖପୁରି ଉପର ଚର୍ମରେ ହୁକ୍ ଓ ଚର୍ମ ଭିତରେ ହୁକ୍ ଲଗାଇ ଏହି ଚେନ୍ ସବୁ ପ୍ରତିରୋପଣ କରାଯାଇଛି। ଏଭଳି ପ୍ରତିରୋପଣରେ ସଂକ୍ରମଣ, ଖପୁରିରେ ଜ୍ୱଳନର ଆଶଙ୍କା ରହିଛି। ଏହା ଆଦୌ ନିରାପଦ ନୁହେଁ ବୋଲି ପ୍ଲାଷ୍ଟିକ୍ ସର୍ଜନ ମଧ୍ୟ କହୁଛନ୍ତି। ଏହାଦ୍ୱାରା ବାହାରର ବ୍ୟାକ୍ଟେରିଆ ସହଜରେ ଶରୀରକୁ ପ୍ରବେଶ କରିପାରିବେ। ତା’ସହ ଖପୁରି ଚର୍ମ ତଳେ ଥିବା ହୁକ୍ ଓଜନିଆ ଚେନ୍କୁ ଧରି ରଖିଥିବାରୁ ଖପୁରିରେ ଫ୍ରାକ୍ଚର ହୋଇପାରେ। ଅବା ପରମାନେଣ୍ଟ ହେୟାର୍ ଲସ୍ ବି ହୋଇପାରେ। ଏତେସବୁ ରିସ୍କ ଥାଇ ବି କେବଳ ଭିନ୍ନ ଲୁକ୍ ପାଇବା ପାଇଁ ସେ ଏଭଳି କରିବାକୁ ପଛେଇଲେ ନାହିଁ।
The post ସୁନାଚେନ୍ର କେଶ appeared first on Dharitri Odia News.