‘ସିଂଘମ୍ ଏଗେନ୍’ ଟ୍ରେଲର ଆଉଟ୍
ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍ ଏଗେନ୍’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନଭେମ୍ବର ୧ରେ ଦୀପାବଳି ଉପଲକ୍ଷେ ରିଲିଜ୍ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ସୋମବାର ଜାରି କରାଯାଇଛି। ଫିଲ୍ମର ଅନ୍ୟତମ ମୁଖ୍ୟ ତାରକା ତଥା ଅଭିନେତା ଅକ୍ଷୟ କୁମାର ‘ସିଂଘମ୍ ଏଗେନ୍’ର ଟ୍ରେଲରକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କ୍ୟାପ୍ଶନ୍ରେ ଲେଖିଛନ୍ତି, ଆସନ୍ତା ଦୀପାବଳିରେ […] The post ‘ସିଂଘମ୍ ଏଗେନ୍’ ଟ୍ରେଲର ଆଉଟ୍ appeared first on Dharitri Odia News.
ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍ ଏଗେନ୍’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନଭେମ୍ବର ୧ରେ ଦୀପାବଳି ଉପଲକ୍ଷେ ରିଲିଜ୍ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ସୋମବାର ଜାରି କରାଯାଇଛି। ଫିଲ୍ମର ଅନ୍ୟତମ ମୁଖ୍ୟ ତାରକା ତଥା ଅଭିନେତା ଅକ୍ଷୟ କୁମାର ‘ସିଂଘମ୍ ଏଗେନ୍’ର ଟ୍ରେଲରକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ସେ କ୍ୟାପ୍ଶନ୍ରେ ଲେଖିଛନ୍ତି, ଆସନ୍ତା ଦୀପାବଳିରେ କେଉଁ କେଉଁ ଯୋଦ୍ଧା ଆସିବେ ତାହା ପବ୍ଲିକ ଭଲଭାବେ ଜାଣିଛନ୍ତି। ‘ସିଂଘମ୍୍ ଏଗେନ୍’ର ଟ୍ରେଲର ଆସିସାରିଛି। ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ ତାରକାଙ୍କ ସହ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ପ୍ରଯୋଜକ ଜ୍ୟୋତି ଦେଶ୍ପାଣ୍ଡେଙ୍କୁ ମଧ୍ୟ ଅକ୍ଷୟ ତାଙ୍କର ଏହି ପୋଷ୍ଟରେ ଟ୍ୟାଗ୍ କରିଛନ୍ତି।
‘ସିଂଘମ୍ ଏଗେନ୍’ କାହାଣୀ ରାମାୟଣ ଦ୍ୱାରା ଅନୁପ୍ରାଣିତ ହୋଇଥିବା ନେଇ ଏହି ଟ୍ରେଲରରୁ ଜଣାପଡ଼ିଛି। ଏହି ଆକ୍ସନ୍ ପ୍ୟାକ୍ ଏବଂ ମଲ୍ଟି ଷ୍ଟାରର ମୁଭିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ଲେଡି ସିଂଘମ ଭାବେ ଏକ ଶକ୍ତିଶାଳୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ୪ ମିନିଟ୍ ୫୮ ସେକେଣ୍ଡ୍ ଲମ୍ବା ଏହି ଟ୍ରେଲର ଇତିହାସ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଟ୍ରେଲର ଭାବେ ‘ସିଂଘମ୍ ଏଗେନ୍’ର ଟ୍ରେଲର ରେକର୍ଡ ସୃଷ୍ଟି କରିଛି।
ଟ୍ରେଲରରେ ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ଶ୍ରଫ୍, ଅର୍ଜୁନ କପୁର, ଅଭିନେତ୍ରୀ କରୀନା କପୁର ଖାନ୍ ଓ ଦୀପିକା ପାଦୁକୋନ୍ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ତେବେ ଏହି ଟ୍ରେଲରରେ ଖଳନାୟକ ଭୂମିକାରେ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
The post ‘ସିଂଘମ୍ ଏଗେନ୍’ ଟ୍ରେଲର ଆଉଟ୍ appeared first on Dharitri Odia News.