ବିଜୁ ପଟ୍ଟନାୟଙ୍କ ପାଇଁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୋଦି କହିଛନ୍ତି, କିମ୍ବଦନ୍ତୀ ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅବିସ୍ମରଣୀୟ ସ୍ପିରିଟ୍‌ ପିଢି ପରେ ପିଢିକୁ ପ୍ରେରଣା ଯୋଗାଇଥାଏ। ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଆଦର୍ଶ। ଆଜି, ଏହି […] The post ବିଜୁ ପଟ୍ଟନାୟଙ୍କ ପାଇଁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ବିଜୁ ପଟ୍ଟନାୟଙ୍କ ପାଇଁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୋଦି କହିଛନ୍ତି, କିମ୍ବଦନ୍ତୀ ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅବିସ୍ମରଣୀୟ ସ୍ପିରିଟ୍‌ ପିଢି ପରେ ପିଢିକୁ ପ୍ରେରଣା ଯୋଗାଇଥାଏ। ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଆଦର୍ଶ।
ଆଜି, ଏହି ବିଶେଷ ଦିନରେ ମୁଁ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଓଡିଶାବାସୀଙ୍କ ମଧ୍ୟରେ ରହିବାକୁ ଅପେକ୍ଷା କରିଛି। ମୁଁ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବି ବୋଲି ସେ କହିଛନ୍ତି।
ଶାସକ ବିଜୁ ଜନତା ଦଳ (ବିଜେଡି) ର ଏକ ଗଡ଼ ବୋଲି ବିବେଚନା କରାଯାଉଥିବା ଯାଜପୁରରେ ଭାଜପାର ଏକ ରାଲିକୁ ମୋଦି ସମ୍ବୋଧିତ କରିବେ।

The post ବିଜୁ ପଟ୍ଟନାୟଙ୍କ ପାଇଁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.