ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୩୧।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଏସଟି-ଏସସି ଆଇନ ଅନୁଯାୟୀ ମାମଲା ଦାଖଲ କରିଛନ୍ତି। ଇଡିର ଟିମ୍ ହେମେଣ୍ଟ ସୋରେନଙ୍କୁ ପଚାର ଉଚରା କରିବା ପାଇଁ ବୁଧବାର ମାଧ୍ୟାନ ୧ ଟା ୧୫ ମିନିଟରେ ରାଞ୍ଚିସ୍ଥିତ ଘରେ ପହଞ୍ଚିଥିଲା। ଜମି ଦୁର୍ନୀତିରେ ତାଙ୍କ ସମୃକ୍ତି ବିଷୟରେ ଇଡି ଦଳ ତାଙ୍କୁ ପଚରାଉଚରା କରୁଛି। ସାତଜଣ ଅଧିକାରୀଙ୍କ ଏକ ଟିମ୍ ସହିତ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇଡି […] The post ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ appeared first on Dharitri Odia News.

ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୩୧।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଏସଟି-ଏସସି ଆଇନ ଅନୁଯାୟୀ ମାମଲା ଦାଖଲ କରିଛନ୍ତି। ଇଡିର ଟିମ୍ ହେମେଣ୍ଟ ସୋରେନଙ୍କୁ ପଚାର ଉଚରା କରିବା ପାଇଁ ବୁଧବାର ମାଧ୍ୟାନ ୧ ଟା ୧୫ ମିନିଟରେ ରାଞ୍ଚିସ୍ଥିତ ଘରେ ପହଞ୍ଚିଥିଲା। ଜମି ଦୁର୍ନୀତିରେ ତାଙ୍କ ସମୃକ୍ତି ବିଷୟରେ ଇଡି ଦଳ ତାଙ୍କୁ ପଚରାଉଚରା କରୁଛି। ସାତଜଣ ଅଧିକାରୀଙ୍କ ଏକ ଟିମ୍ ସହିତ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇଡି ହେମନ୍ତଙ୍କୁ ୧୦ ଟି ସମନ ଜାରି କରିଛି।

ଇଡିର ପଚାର ଉଚରା ମଧ୍ୟରେ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମର୍ଥକ ମଧ୍ୟ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅଧିକାରୀମାନେ ଆଦିବାସୀ ନେତାଙ୍କୁ ହଇରାଣ କରୁଥିବା ପ୍ରଦର୍ଶନକାରୀମାନେ ଅଭିଯୋଗ କରିଛନ୍ତି। ଏଭଳି ସମୟରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। କାରଣ ଗୋଟିଏ ଦିନ ପୂର୍ବରୁ ରାଜ୍ୟପାଳ ପିଲିସ ଡିଜିପି ଏବଂ ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇ ଆଇନ ବ୍ୟବସ୍ଥା ଯାଞ୍ଚ କରିଥିଲେ।

The post ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ appeared first on Dharitri Odia News.