ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍ ମ୍ୟାଚ୍: ବୟକଟ କଲେ ଭାରତୀୟ ଖେଳାଳି
ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍) ମ୍ୟାଚ୍କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ ଅନେକ ଭାରତୀୟ ଖେଳାଳି ମ୍ୟାଚ୍କୁ ବୟକଟ କରିଥିଲେ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଟୁର୍ନାମେଣ୍ଟର ସହ ମାଲିକ ହେଉଛନ୍ତି ବଲିଉଡ୍ ଷ୍ଟାର ଅଜୟ ଦେବଗନ। ଗତ […] The post ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍ ମ୍ୟାଚ୍: ବୟକଟ କଲେ ଭାରତୀୟ ଖେଳାଳି appeared first on Dharitri Odia News.
ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍) ମ୍ୟାଚ୍କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ ଅନେକ ଭାରତୀୟ ଖେଳାଳି ମ୍ୟାଚ୍କୁ ବୟକଟ କରିଥିଲେ।
ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଟୁର୍ନାମେଣ୍ଟର ସହ ମାଲିକ ହେଉଛନ୍ତି ବଲିଉଡ୍ ଷ୍ଟାର ଅଜୟ ଦେବଗନ। ଗତ ୧୮ ତାରିଖରୁ ଡବ୍ଲ୍ୟୁସିଏଲ୍ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍ ଅଗଷ୍ଟ ୨ ତାରିଖରେ ଖେଳାଯିବ। ବିଶ୍ୱକପ୍ ବିଜୟୀ ୟୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆନ ଚାମ୍ପିୟନ୍ସ ଦଳରେ ଧାଓ୍ବନ, ହରଭଜନ ସିଂ, ୟୁସୁଫ ପଠାନ, ଇର୍ଫାନ ପଠାନ, ସୁରେଶ ରାଇନା, ରବିନ ଉଥପ୍ପା ଓ ବରୁନ ଆରୋନ ଦଳର ସଦସ୍ୟ ରହିଛନ୍ତି।
ଡବ୍ଲ୍ୟୁସିଏଲ୍ ଆୟୋଜକଙ୍କ ପକ୍ଷରୁ ଏକ୍ସ’ରେ କୁହାଯାଇଛି ଯେ, ଚଳିତ ବର୍ଷ ପାକିସ୍ତାନ ହକି ଦଳ ଭାରତ ଟୁର କରିବ ଖବର ପାଇଥିଲୁ। ଭଲିବଲ ଭଳି ଅନ୍ୟ ଖେଳରେ ଦୁଇ ପଡ଼ୋଶୀ ଦେଶ ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏଣୁ ଆମେ ଡବ୍ଲ୍ୟୁସିଏଲ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ଜାରି ରଖିବାକୁ ଚିନ୍ତା କରିଥିଲୁ। କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବା ହିଁ ମ୍ୟାଚ୍ ଆୟୋଜନ ପଛର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ପ୍ରକ୍ରିୟା ଦ୍ୱାରା ଆମେ ଅନେକଙ୍କ ଭାବନାକୁ ଆଘାତ ଦେଇଛୁ। ଏଣୁ ଆମେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଆମେ ପୁଣି ଥରେ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆଶା କରୁଛୁ ଲୋକେ ବୁଝିପାରିବେ ଯେ, ଆମେ କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବାକୁ ଉଦ୍ୟମ କରୁଥିଲୁ।
ଧାଓ୍ବନଙ୍କ ସହ ରାଜ୍ୟସଭା ଏମ୍ପି ଥିବା ହରଭଜନ, ଲୋକସଭା ଏମ୍ପି ୟୁସୁଫ ଓ ଇର୍ଫାନ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ବୟକଟ କରିବା ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଥିଲେ।
The post ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍ ମ୍ୟାଚ୍: ବୟକଟ କଲେ ଭାରତୀୟ ଖେଳାଳି appeared first on Dharitri Odia News.