ହୀରାକୁଦ ଡ୍ୟାମ୍ରେ ବଢୁଛି ଜଳସ୍ତର: ଖୋଲିଲା ୬ ଗେଟ୍
ସମ୍ବଲପୁର୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଭଳିସ୍ଥିତିରେ ହୀରାକୁଦ ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ଘଟିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଗୁରୁବର ୬ଟି ଗେଟ ଖୋଲା କରିଛନ୍ତି। ଫଳରେ ପାଣି ନିଷ୍କାସନ […] The post ହୀରାକୁଦ ଡ୍ୟାମ୍ରେ ବଢୁଛି ଜଳସ୍ତର: ଖୋଲିଲା ୬ ଗେଟ୍ appeared first on Dharitri Odia News.
ସମ୍ବଲପୁର୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଭଳିସ୍ଥିତିରେ ହୀରାକୁଦ ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ଘଟିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଗୁରୁବର ୬ଟି ଗେଟ ଖୋଲା କରିଛନ୍ତି। ଫଳରେ ପାଣି ନିଷ୍କାସନ ଯୋଗୁ ମହାନଦୀ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାରିବ। ଏନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବକୁ ସୂଚନା ଦିଆଯାଇଛି। ଜଳସ୍ତରକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି।
ଏଭଳିସ୍ଥିତିରେ ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ସାଇକ୍ଲୋନିକ ସର୍କୁଲେଶନ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉକ୍ତଦିନଠାରୁ ବର୍ଷାର ପରିମାଣ ଆହୁରି ବଢ଼ିବ।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏବଂ ଶୁକ୍ରବାର ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ତେବେ ୨୪ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୫ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।
ସେହିଭଳି ୨୫ ତାରିଖରେ ସମ୍ବଲପୁର ଓ ଅନୁଗୋଳ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ କରାଯାଇଛି। ଏଥିସହ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ଘଣ୍ଟାପ୍ରତି ପବନର ବେଗ ୩୫ ରୁ ୪୫ କି.ମି. ରହିବା ସହ ଘଣ୍ଟା ପ୍ରତି ୫୫ କି.ମି. ବେଗରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶା ଉପକୂଳକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ମନା କରାଯାଇଛି।
The post ହୀରାକୁଦ ଡ୍ୟାମ୍ରେ ବଢୁଛି ଜଳସ୍ତର: ଖୋଲିଲା ୬ ଗେଟ୍ appeared first on Dharitri Odia News.