ଶକ୍ତି ଦେଖାଇବ ନୌସେନା: ୧୫ ଜାହାଜ, ୪୦ ଏୟାରକ୍ରାଫ୍ଟ ହେବ ସାମିଲ
ପୁରୀ,୧ା୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ଜିଲାପାଳ ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି କହିଛନ୍ତି। ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ ହୋଇପାରିବନି। ରବିବାର ସମ୍ପୂର୍ଣ୍ଣ ରିହରସେଲ୍ ହେବ, ସମସ୍ତେ ଦେଖିପାରିବେ। ଯେଉଁଠି ଜନଗହଳି ହେବ, ସେଠି ଏଲ୍ଇଡି ବ୍ୟବସ୍ଥା କରାଯିବ। ସମୁଦ୍ରରେ […] The post ଶକ୍ତି ଦେଖାଇବ ନୌସେନା: ୧୫ ଜାହାଜ, ୪୦ ଏୟାରକ୍ରାଫ୍ଟ ହେବ ସାମିଲ appeared first on Dharitri Odia News.
ପୁରୀ,୧ା୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ଜିଲାପାଳ ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି କହିଛନ୍ତି। ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ ହୋଇପାରିବନି। ରବିବାର ସମ୍ପୂର୍ଣ୍ଣ ରିହରସେଲ୍ ହେବ, ସମସ୍ତେ ଦେଖିପାରିବେ। ଯେଉଁଠି ଜନଗହଳି ହେବ, ସେଠି ଏଲ୍ଇଡି ବ୍ୟବସ୍ଥା କରାଯିବ। ସମୁଦ୍ରରେ ଜାହାଜ ସବୁ ଥିବାରୁ କେହି ପାଣିକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲାପାଳ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବା ସହ ଗଜପତି ମହାରାଜାଙ୍କୁ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ଜିଲାପାଳ କହିଛନ୍ତି।
The post ଶକ୍ତି ଦେଖାଇବ ନୌସେନା: ୧୫ ଜାହାଜ, ୪୦ ଏୟାରକ୍ରାଫ୍ଟ ହେବ ସାମିଲ appeared first on Dharitri Odia News.