ବଜାରରେ ହସ୍କଭର୍ନାର ନୂତନ ମଡେଲ
ଭୁବନେଶ୍ୱର,୮।୬: ହସ୍କଭର୍ନା ମୋଟରସାଇକେଲର ନୂତନ ମଡେଲ ‘ଭିଟ୍ପିଲେନ୍-୨୫୦ ଏବଂ ସର୍ଟପିଲେନ୍ ୪୦୧’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ହସ୍କଭର୍ନା ମୋଟରସାଇକେଲ ନିକଟରେ କେଟିଏମ୍ ଇଣ୍ଡିଆ ସହ ସହଭାଗିତା ସ୍ଥାପନ କରିଥିଲାବେଳେ ଉଭୟ କମ୍ପାନୀ ଏଚ୍ଡିଏଫ୍ସି ବ୍ୟାଙ୍କ ଜରିଆରେ ଏହାର ବ୍ୟବସାୟିକ ବୁଝାମଣା କରିଛନ୍ତି। ଅପରପକ୍ଷରେ କେଟିଏମ୍ ଇଣ୍ଡିଆର ସର୍ବଭାରତୀୟ ଡିଲର ପଏଣ୍ଟ ଜରିଆରେ ଉଭୟ ମଡେଲର ଡେଲିଭରି ଓ ଅନାବରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ କେଟିଏମ୍ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ସନ୍ଥାଲିଆ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ […] The post ବଜାରରେ ହସ୍କଭର୍ନାର ନୂତନ ମଡେଲ appeared first on Dharitri Odia News.
ଭୁବନେଶ୍ୱର,୮।୬: ହସ୍କଭର୍ନା ମୋଟରସାଇକେଲର ନୂତନ ମଡେଲ ‘ଭିଟ୍ପିଲେନ୍-୨୫୦ ଏବଂ ସର୍ଟପିଲେନ୍ ୪୦୧’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ହସ୍କଭର୍ନା ମୋଟରସାଇକେଲ ନିକଟରେ କେଟିଏମ୍ ଇଣ୍ଡିଆ ସହ ସହଭାଗିତା ସ୍ଥାପନ କରିଥିଲାବେଳେ ଉଭୟ କମ୍ପାନୀ ଏଚ୍ଡିଏଫ୍ସି ବ୍ୟାଙ୍କ ଜରିଆରେ ଏହାର ବ୍ୟବସାୟିକ ବୁଝାମଣା କରିଛନ୍ତି। ଅପରପକ୍ଷରେ କେଟିଏମ୍ ଇଣ୍ଡିଆର ସର୍ବଭାରତୀୟ ଡିଲର ପଏଣ୍ଟ ଜରିଆରେ ଉଭୟ ମଡେଲର ଡେଲିଭରି ଓ ଅନାବରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ କେଟିଏମ୍ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ସନ୍ଥାଲିଆ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ (କେଟିଏମ୍ ମଞ୍ଚେଶ୍ୱା ଏବଂ ଖଣ୍ଡଗିରି) ଜରିଆରେ ଉଭୟ ମଡେଲର ଅନାବରଣ ଉତ୍ସବ ଶୁକ୍ରବାର ୟୁନିଟ୍ସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେଟିଏମ୍ ଇଣ୍ଡିଆର ଏଏସ୍ଏମ୍ ହିମାଂଶୁ ଲାଗୁଚୁଙ୍କ ସମେତ ଏଚ୍ଡିଏଫ୍ସି ୟୁନିଟ୍ ୮ ଶାଖାର ଶାଖା ପରିଚାଳକ ଅଭିଷେକ ମହାପାତ୍ର ଏବଂ କେଟିଏମ୍ ଖଣ୍ଡଗିରି ଶୋ’ରୁମ୍ର ମ୍ୟାନେଜର ଭାଗ୍ୟଧର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ବଜାରରେ ହସ୍କଭର୍ନାର ନୂତନ ମଡେଲ appeared first on Dharitri Odia News.