ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍ପି: ଏବେ ଖୋଲିଲେ ଗୁମର
ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍ପି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କ ଶପଥ ଗ୍ରହଣର ଏକ ସପ୍ତାହ ପରେ ଲୋକ ସଭା ଏମ୍ପି ଫଗନ ସିଂ କୁଲାଷ୍ଟେଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଭିଡିଓରେ କୁଲାଷ୍ଟେ କହିଛନ୍ତି,ସେ ରାଜ୍ୟ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପଛର କାରଣ ମଧ୍ୟ […] The post ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍ପି: ଏବେ ଖୋଲିଲେ ଗୁମର appeared first on Dharitri Odia News.
ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍ପି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କ ଶପଥ ଗ୍ରହଣର ଏକ ସପ୍ତାହ ପରେ ଲୋକ ସଭା ଏମ୍ପି ଫଗନ ସିଂ କୁଲାଷ୍ଟେଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଭିଡିଓରେ କୁଲାଷ୍ଟେ କହିଛନ୍ତି,ସେ ରାଜ୍ୟ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ସେ ଦେଇଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନ ଥିବା କୁଲାଷ୍ଟେ କହିଛନ୍ତି, ସେ ଚତୁର୍ଥ ଥର ପାଇଁ କନିଷ୍ଠ ମନ୍ତ୍ରୀ ହେବାକୁ ସମ୍ପୂର୍ଣ୍ଣ ମନା କରି ଦେଇଛନ୍ତି। ମଧ୍ୟପ୍ରଦେଶର ମଣ୍ଡଳା ଆସନରୁ ୭ଥର ଏମ୍ପି ତଥା ଭାଜପାର ଜଣେ ଆଦିବାସୀ ନେତା କହିଛନ୍ତି, ମୁଁ ତିନିଥର ରାଜ୍ୟ ମନ୍ତ୍ରୀ ଥିଲି। ଚତୁର୍ଥ ଥର ପାଇଁ ରାଜ୍ୟ ମନ୍ତ୍ରୀ ହେବା ଭଲ ନୁହେଁ, ତେଣୁ ମୁଁ ସ୍ପଷ୍ଟ ଭାବେ ମନା କରିଥିଲି। ମୁଁ କହିଲି ମୁଁ କ୍ୟାବିନେଟ ମନ୍ତ୍ରୀ ହେଲେ ଭଲ ହେବ।
ଲାଗୁଛି ଯେପରି କୁଲାଷ୍ଟେଙ୍କ ଏହି ବିବୃତ୍ତି ପରେ ରାଜନୀତି ଉଷ୍ମ ହୋଇଛି। କୁହାଯାଉଛି ଯେ କୁଲାଷ୍ଟେ କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହେବା ନେଇ ଅସନ୍ତୁଷ୍ଟ ଅଛନ୍ତି, ଯାହା ସେ ଖୋଲାଖୋଲି ଭାବେ ପ୍ରକାଶ କରୁନାହାଁନ୍ତି।
କୁଲାଷ୍ଟେ ପୂର୍ବ ସରକାରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ୧୯୯୯ ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ସରକାରରେ କୁଲାଷ୍ଟେ ଆଦିବାସୀ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ।
The post ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍ପି: ଏବେ ଖୋଲିଲେ ଗୁମର appeared first on Dharitri Odia News.