ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନ, ନଗର ଭ୍ରମଣ କରିବେ କଂସ ମହାରାଜ
ବରଗଡ ୨୩/୦୧: ଧନୁଯାତ୍ରାର ଅଷ୍ଟମ ଦିବସରେ କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ ସହ କୃଷ୍ଣ ବଳରାମଙ୍କୁ ଭେଟିଛନ୍ତି । ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା ଏବଂ ଧନୁଯାତ୍ରାକୁ ଦେଖିବା ପାଇଁ ଆମନ୍ତ୍ରିତ କରିଛନ୍ତି ଭଣଜା କୃଷ୍ଣ ଏବଂ ବଳରାମଙ୍କୁ । ଆଉ କଂସଙ୍କ ଚିଟାଉ ନେଇ ମନ୍ତ୍ରି ଅକ୍ରୁର ଯମୁନା ପାରି ହେବାପରେ କୃଷ୍ଣ ପାଦ ଦର୍ଶନ କରି ହୋଇ ପଡିଛନ୍ତି ଆତ୍ମବିଭୋର । ଏପଟେ ଭଗବାନ କୃଷ୍ଣ ଗୋଟିଏ ପରେ ଗୋଟିଏ ଲିଳା କରି ଚାଲିଛନ୍ତି, କେତେବେଳେ ଗୋପାଳ ମାନଙ୍କ ସହ ବଣଭୋଜି କରୁଛନ୍ତି ତ ଆଉ କେତେବେଳେ ଶବରୀର ଅଇଁଠା କୋଳି ଖାଉଛନ୍ତି । ଆଉ କେତେବେଳେ ଅନ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ କରି ଗୋପପୁର ବାସୀଙ୍କୁ ଆଚମ୍ବିତ କରିଛନ୍ତି । ଠିକ୍ ଏତିକି ବେଳେ ଅକ୍ରୁର ମଧୁମଙ୍ଗଳଙ୍କ ସହ ଭେଟ ହୋଇ ଗୋପପୁରକୁ ପହଁଚିଛନ୍ତି ଏବଂ ଆଚମ୍ବିତ ହୋଇପଡିଛନ୍ତି । କାରଣ ସମସ୍ତ ଗୋପପୁର କୃଷ୍ଣମୟ ହୋଇଯାଇଛି ।ସମସ୍ତ ଗୋପାଳ ବାଳକଙ୍କ ସହ କୃଷ୍ଣଙ୍କୁ ଦେଖି ଆତ୍ମହରା ହୋଇ ପଡିଛନ୍ତି ଓ କୃଷ୍ଣ ବଳରାମଙ୍କୁ ଧରି ନନ୍ଦରାଣୀକୁ ଭେଟିଛନ୍ତି । ଏପଟେ ମହାରାଜ କଂସ ନଗର ପରିଭ୍ରମଣ କରି ଦିଗବିଜୟରେ ବାହାରିଥିବା ବେଳେ ସ୍ୱର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ବନ୍ଦି କରିଛନ୍ତି । ଏହି ଖୁସିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ନୃତ୍ୟ ଗୀତର ଆୟୋଜନ କର
ବରଗଡ ୨୩/୦୧: ଧନୁଯାତ୍ରାର ଅଷ୍ଟମ ଦିବସରେ କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ ସହ କୃଷ୍ଣ ବଳରାମଙ୍କୁ ଭେଟିଛନ୍ତି । ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା ଏବଂ ଧନୁଯାତ୍ରାକୁ ଦେଖିବା ପାଇଁ ଆମନ୍ତ୍ରିତ କରିଛନ୍ତି ଭଣଜା କୃଷ୍ଣ ଏବଂ ବଳରାମଙ୍କୁ ।
ଆଉ କଂସଙ୍କ ଚିଟାଉ ନେଇ ମନ୍ତ୍ରି ଅକ୍ରୁର ଯମୁନା ପାରି ହେବାପରେ କୃଷ୍ଣ ପାଦ ଦର୍ଶନ କରି ହୋଇ ପଡିଛନ୍ତି ଆତ୍ମବିଭୋର । ଏପଟେ ଭଗବାନ କୃଷ୍ଣ ଗୋଟିଏ ପରେ ଗୋଟିଏ ଲିଳା କରି ଚାଲିଛନ୍ତି, କେତେବେଳେ ଗୋପାଳ ମାନଙ୍କ ସହ ବଣଭୋଜି କରୁଛନ୍ତି ତ ଆଉ କେତେବେଳେ ଶବରୀର ଅଇଁଠା କୋଳି ଖାଉଛନ୍ତି ।
ଆଉ କେତେବେଳେ ଅନ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ କରି ଗୋପପୁର ବାସୀଙ୍କୁ ଆଚମ୍ବିତ କରିଛନ୍ତି । ଠିକ୍ ଏତିକି ବେଳେ ଅକ୍ରୁର ମଧୁମଙ୍ଗଳଙ୍କ ସହ ଭେଟ ହୋଇ ଗୋପପୁରକୁ ପହଁଚିଛନ୍ତି ଏବଂ ଆଚମ୍ବିତ ହୋଇପଡିଛନ୍ତି । କାରଣ ସମସ୍ତ ଗୋପପୁର କୃଷ୍ଣମୟ ହୋଇଯାଇଛି ।ସମସ୍ତ ଗୋପାଳ ବାଳକଙ୍କ ସହ କୃଷ୍ଣଙ୍କୁ ଦେଖି ଆତ୍ମହରା ହୋଇ ପଡିଛନ୍ତି ଓ କୃଷ୍ଣ ବଳରାମଙ୍କୁ ଧରି ନନ୍ଦରାଣୀକୁ ଭେଟିଛନ୍ତି ।
ଏପଟେ ମହାରାଜ କଂସ ନଗର ପରିଭ୍ରମଣ କରି ଦିଗବିଜୟରେ ବାହାରିଥିବା ବେଳେ ସ୍ୱର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ବନ୍ଦି କରିଛନ୍ତି । ଏହି ଖୁସିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ନୃତ୍ୟ ଗୀତର ଆୟୋଜନ କରିଛନ୍ତି । ତାପରେ ମଧ୍ୟ ବିଜୁଳି କନ୍ୟାର ଶୁନ୍ୟବାଣୀ କଂସକୁ ବ୍ୟଥିତ କରୁଥିବା ବେଳେ ଅପେକ୍ଷା କରି ରହିଛନ୍ତି ଅକ୍ରୁରଙ୍କ ଫେରିବା ବାଟକୁ ,କେତେବେଳେ କୃଷ୍ଣ ବଳରାମ ଆସିବେ ଏବଂ ନିଜ ହାତରେ ତାଙ୍କୁ ହତ୍ୟା କରି ଦୈବ ବାଣିକୁ ଭୁଲ ପ୍ରମାଣିତ କରିବେ ।
ବରଗଡ ଧନୁଯାତ୍ରାର ନବମ ଦିବସରେ ଆଜି ମହାରାଜ କଂସ ନଗର ଭ୍ରମଣ କରିବା ସହ ମଥୁରାର ଆମ୍ରବନରେ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର ଏବଂ ଗୋପପୁରରେ କୃଷ୍ଣ ବଳରାମଙ୍କୁ ନେଇ ଅକ୍ରୁରଙ୍କ ମଥୁରା ପ୍ରତ୍ୟାବର୍ତ୍ତନ ସହ ଗୋପପୁର ବାସୀଙ୍କ କୃଷ୍ଣ ବଳରାମଙ୍କୁ ଅଶ୍ରୁଲ ବିଦାୟ ଦେବା ଦୃଶ୍ୟ ଅଭିନିତ ହେବ ।
The post ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନ, ନଗର ଭ୍ରମଣ କରିବେ କଂସ ମହାରାଜ appeared first on Prameya News7.