୧୮ ରୁ ଚିଲିକା,ଭିତରକନିକାରେ ପକ୍ଷୀ ଗଣନା

ଭୁବନେଶ୍ୱର : ୧୮ ତାରିଖରୁ ଆରମ୍ଭ ହେବ ଚିଲିକା ଏବଂ ଭିତରକନିକାରେ ପକ୍ଷୀ ଗଣନା । ୫ଟି ରେଞ୍ଜ୍‌ରେ ସକାଳ ୬ରୁ ଦିନ ୧୨ଟା ଯାଏଁ ହେବ ପକ୍ଷୀ ଗଣନା । ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ । ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବା ପରେ ୧୮ ତାରିଖ […]

୧୮ ରୁ ଚିଲିକା,ଭିତରକନିକାରେ ପକ୍ଷୀ ଗଣନା
୧୮ ରୁ ଚିଲିକା,ଭିତରକନିକାରେ ପକ୍ଷୀ ଗଣନା

ଭୁବନେଶ୍ୱର : ୧୮ ତାରିଖରୁ ଆରମ୍ଭ ହେବ ଚିଲିକା ଏବଂ ଭିତରକନିକାରେ ପକ୍ଷୀ ଗଣନା । ୫ଟି ରେଞ୍ଜ୍‌ରେ ସକାଳ ୬ରୁ ଦିନ ୧୨ଟା ଯାଏଁ ହେବ ପକ୍ଷୀ ଗଣନା । ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ । ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବା ପରେ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ । ଗଣନା ପାଇଁ ନିୟୋଜିତ ହେବେ ୨୧ଟି ଟିମ୍ । ପ୍ରତି ଟିମ୍‌ରେ ୪ରୁ ୫ ଜଣ ରହିବା ନେଇ କହିଲେ DFO ।
ସେପଟେ ଆସନ୍ତା ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଲଫିନ୍‌ ଗଣନା ହେବାନେଇ କହିଛନ୍ତି DFO ।

ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜାନୁୟାରୀ ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା ପାଇଁ ୨୨ ତାରିଖ ଯାଏ ବନ୍ଦ ରହିଛି । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଇଛି । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି । ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ହେଉଛି ।