ପାରିବାରିକ କଳହର କରୁଣ ପରିଣତି, ବଡଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ
ଆଠଗଡ: ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହାଣିଲା ଭାଇ। ବଡଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗ୍ରାମରେ। ସେହି ଗ୍ରାମର ବେହେରା ବଦରା ସହ ତାର ସାନଭାଇ ବର୍ଜୁ ବଦରା କୌଣିସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଘର ଆଗରେ ବଡଭାଇ ସାନ ଭାଇକୁ ଫାଉଡାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି। ଖବର ପାଇ […]

ଆଠଗଡ: ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହାଣିଲା ଭାଇ। ବଡଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗ୍ରାମରେ। ସେହି ଗ୍ରାମର ବେହେରା ବଦରା ସହ ତାର ସାନଭାଇ ବର୍ଜୁ ବଦରା କୌଣିସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଘର ଆଗରେ ବଡଭାଇ ସାନ ଭାଇକୁ ଫାଉଡାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି। ଖବର ପାଇ ଗୁରୁଡିଝାଟିଆ ପୁଲସ ଘଟଣାସ୍ଥଳରେ ପହଞ୍ଚି ବଡ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି।