ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍
କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ ପ୍ରକାଶ ନା ପ୍ରଶାନ୍ତ, କାହାକୁ ମିଳିବ ଟିକେଟ, ଏନେଇ ରାଜନୀତି ସରଗରମ ହୋଇଛି । ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲା […] The post ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍ appeared first on Dharitri Odia News.
କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ ପ୍ରକାଶ ନା ପ୍ରଶାନ୍ତ, କାହାକୁ ମିଳିବ ଟିକେଟ, ଏନେଇ ରାଜନୀତି ସରଗରମ ହୋଇଛି ।
ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳରେ ମିଶିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସେ ବିଜେଡିର ଯୋଗ ଦେବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। ସାଲେପୁର ଆସନ ପାଇଁ ପ୍ରକାଶ ଟିକଟ ହାତେଇବେ ନା ପ୍ରଶାନ୍ତ ବେହେରା ରିପିଟ ହେବେ ତାକୁ ନେଇ ଉଭୟ ନେତାଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହେବାରେ ଲାଗିଛି ।
The post ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍ appeared first on Dharitri Odia News.