ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଗଞ୍ଜେଇ ଗଛ ଯେତେ କାଟିଲେ ବି ସରିବାର ନାଁ ନେଉନି। ଏକର କି ଦୁଇ ଏକର ନୁହଁ ଶତାଧିକ ଏକରରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଇଛି। ତାହା ମଧ୍ୟ ସରକାରୀ ଜମିରେ ଏହି ଚାଷ କରାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳର ସାରେଜୁ, କାଡ଼ସପାଟା ଅଞ୍ଚଳରେ ପୋଲିସ କହିବା ପ୍ରକାରେ ଉକ୍ତ ଅଞ୍ଚଳରେ। ପ୍ରଥମଥର ପାଇଁ ଗଞ୍ଜେଇ ଚାଷ ଏତେ ପରିମାଣର କରାଯାଉଥିବା […] The post ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା appeared first on Dharitri Odia News.

ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଗଞ୍ଜେଇ ଗଛ ଯେତେ କାଟିଲେ ବି ସରିବାର ନାଁ ନେଉନି। ଏକର କି ଦୁଇ ଏକର ନୁହଁ ଶତାଧିକ ଏକରରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଇଛି। ତାହା ମଧ୍ୟ ସରକାରୀ ଜମିରେ ଏହି ଚାଷ କରାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳର ସାରେଜୁ, କାଡ଼ସପାଟା ଅଞ୍ଚଳରେ ପୋଲିସ କହିବା ପ୍ରକାରେ ଉକ୍ତ ଅଞ୍ଚଳରେ। ପ୍ରଥମଥର ପାଇଁ ଗଞ୍ଜେଇ ଚାଷ ଏତେ ପରିମାଣର କରାଯାଉଥିବା ଚି଼ହ୍ନଟ ହୋଇଛି।

କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କନକ କୁମାର ମାଝୀଙ୍କ ନେତୃତ୍ୱରେ ତହସିଲଦାର ଶରତ ଶବର ସଦଳବଳ ସେଠାରେ ପହଞ୍ଚି ଗଞ୍ଜେଇ ଗଛ କାଟିବା ସହ ତାକୁ ପୋଡି ନଷ୍ଟ କରିଛନ୍ତି। କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ଆଉ କିଛି ଦିନ ପରେ ଅମଳ ହୋଇ ଚୋରାଚାଲାଣ କରାଯାଇଥାନ୍ତା କିନ୍ତୁ ବହୁ ପୂର୍ବରୁ ପୋଲିସ ଏହି ବେଆଇନ ଗଞ୍ଜେଇ ଚୋରାଚାଲାଣକୁ ରୋକିବାରେ ସଫଳ ହୋଇପାରିଛି। କିଏ କେଉଁ ପରିସ୍ଥିତିରେ ଏଭଳି ଚାଷ କରିଛି ତାହା ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

The post ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା appeared first on Dharitri Odia News.