ବିକ୍ରମ ମିସରି ହେବେ ନୂଆ ବୈଦେଶିକ ସଚିବ
ନୂଆଦିଲ୍ଲୀ,୨୮।୬: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଭାରତୀୟ ବୈଦେଶିକ ସେବାର ୧୯୮୯ ବ୍ୟାଚ ଅଧିକାରୀ। ସେ ଗତ ଦୁଇ ବର୍ଷ ଧରି େଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ତାଙ୍କର କାର୍ଯ୍ୟକାଳ ହ୍ରାସ କରାଯାଇଛି ଏବଂ ତାଙ୍କୁ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ଭାବରେ […] The post ବିକ୍ରମ ମିସରି ହେବେ ନୂଆ ବୈଦେଶିକ ସଚିବ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୬: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଭାରତୀୟ ବୈଦେଶିକ ସେବାର ୧୯୮୯ ବ୍ୟାଚ ଅଧିକାରୀ। ସେ ଗତ ଦୁଇ ବର୍ଷ ଧରି େଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ତାଙ୍କର କାର୍ଯ୍ୟକାଳ ହ୍ରାସ କରାଯାଇଛି ଏବଂ ତାଙ୍କୁ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଡେପୁଟି ଏନଏସଏ ବିକ୍ରମ ମିସରି ଜୁଲାଇ ୧୫ରୁ ପରବର୍ତ୍ତୀ ବୈଦେଶିକ ସଚିବ ହେବେ।
ସୂଚନାଯୋଗ୍ୟ, ବିକ୍ରମ ମସରିି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି ଏବଂ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରଣନୀତିକ ପରିସ୍ଥିତିରେ ବହୁତ ଅଭିଜ୍ଞ। ଏହା ବ୍ୟତୀତ ସେ ବର୍ତ୍ତମାନ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଡେପୁଟି ଏନଏସଏ ଭାବରେ କାର୍ଯ୍ୟ କରୁଛନ୍ତି।
The post ବିକ୍ରମ ମିସରି ହେବେ ନୂଆ ବୈଦେଶିକ ସଚିବ appeared first on Dharitri Odia News.