ରୋଡ୍ ରୋମିଓଙ୍କୁ ସାବାଡ଼ କଲେ ଗ୍ରାମବାସୀ
ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଳକ ପଥରପୁଞ୍ଜି ଗ୍ରାମବାସୀ ବୁଧବାର କିଛି ରୋଡ଼ ରୋମିଓଙ୍କୁ ସାବାଡ କରିଛନ୍ତି। ପୂର୍ବ ଯୋଜନା ଅନୁସାରେ ୨ ରୋଡ଼ ରୋମିଓଙ୍କୁ କାବୁ କରି ଛେଚିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବସୀ। ପରିବାର ଲୋକେ ପହଞ୍ଚି ଗ୍ରାମ୍ୟ କମିଟି ନିକଟରେ କ୍ଷମା ଭିକ୍ଷା କରିବା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ଲିଖିତ ସ୍ବିିକାରୋକ୍ତି ପ୍ରଦାନ କରି ଅଟକ ଯୁବକଙ୍କୁ ନେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ କଲେଜ ଛାତ୍ରୀମାନେ […] The post ରୋଡ୍ ରୋମିଓଙ୍କୁ ସାବାଡ଼ କଲେ ଗ୍ରାମବାସୀ appeared first on Dharitri Odia News.
ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଳକ ପଥରପୁଞ୍ଜି ଗ୍ରାମବାସୀ ବୁଧବାର କିଛି ରୋଡ଼ ରୋମିଓଙ୍କୁ ସାବାଡ କରିଛନ୍ତି। ପୂର୍ବ ଯୋଜନା ଅନୁସାରେ ୨ ରୋଡ଼ ରୋମିଓଙ୍କୁ କାବୁ କରି ଛେଚିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବସୀ। ପରିବାର ଲୋକେ ପହଞ୍ଚି ଗ୍ରାମ୍ୟ କମିଟି ନିକଟରେ କ୍ଷମା ଭିକ୍ଷା କରିବା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ଲିଖିତ ସ୍ବିିକାରୋକ୍ତି ପ୍ରଦାନ କରି ଅଟକ ଯୁବକଙ୍କୁ ନେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ କଲେଜ ଛାତ୍ରୀମାନେ ସାଇକେଲରେ କଲେଜକୁ ଯାଉଥିବା ବେଳେ କୀର୍ତ୍ତିପୁର ଗ୍ରାମର ୨ଯୁବକ ସେମାନଙ୍କୁ ବାଇକରେ ପିଛା କରି ସେମାନଙ୍କ ମୋବାଇଲ ଫୋନ ନଂ.କାଗଜରେ ଲେଖି ଛାତ୍ରୀମାନଙ୍କ ସାଇକେଲ ବାସ୍କେଟରେ ପକାଇଥିଲେ। ବୁଧବାର ପୁଣି ଯୁବକ ଦ୍ୱୟ ଛାତ୍ରୀମାନଙ୍କୁ ବାଇକରେ ପିଛା କରିବାରୁ ପୂର୍ବ ଯୋଜନା ପ୍ରକାରେ ଗ୍ରାମବାସୀ ରାସ୍ତାରେ ଛକି ରହିଥିଲେ। ସେମାନେ ଆସିବା ପରେ ଉଭୟଙ୍କୁ କୌଶଳକ୍ରମେ ଅଟକାଇ ସେମାନଙ୍କ ବାଇକକୁ ଛଡାଇ ରଖିବା ସହ ଉଭୟଙ୍କୁ ଗ୍ରାମକୁ ଉଠାଇଥିଲେ। ଏନେଇ ଥାନାରେ କୌଣସି ମାମଲା ନଥିବା ପୋଲିସ କହିଛି।
The post ରୋଡ୍ ରୋମିଓଙ୍କୁ ସାବାଡ଼ କଲେ ଗ୍ରାମବାସୀ appeared first on Dharitri Odia News.