ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷିବ: ୧୮ ଜିଲାକୁ ସତର୍କ….

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା):  ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ବର୍ଷା ସହ ବଜ୍ରପାତ ନେଇ ୧୮ ଜିଲାକୁ ସତର୍କ କରାଯାଇଛି। ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ […] The post ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷିବ: ୧୮ ଜିଲାକୁ ସତର୍କ…. appeared first on Dharitri Odia News.

ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷିବ: ୧୮ ଜିଲାକୁ ସତର୍କ….

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା):  ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ବର୍ଷା ସହ ବଜ୍ରପାତ ନେଇ ୧୮ ଜିଲାକୁ ସତର୍କ କରାଯାଇଛି। ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲାରେ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଶନିବାର ସୋନପୁରରେ ୨୭.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ କଟକରେ ୨୧.୨ ମିମି, ପାରାଦୀପରେ ୧୬.୦ ମିମି, ଭୁବନେଶ୍ୱର ଓ ଜଗତ୍‌ସିଂହପୁରରେ ୩.୧ ମିମି, ନୟାଗଡ଼ରେ ୩.୦ ମିମି, ସୁନ୍ଦରଗଡ଼ରେ ୨.୪ ମିମି ଏବଂ ବାଲେଶ୍ୱରରେ ୧.୪ ମିମି ବର୍ଷା ହୋଇଛି।

The post ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷିବ: ୧୮ ଜିଲାକୁ ସତର୍କ…. appeared first on Dharitri Odia News.