ଯୁକ୍ତ ଦୁଇ ଛାତ୍ରାଛାତ୍ରୀଙ୍କ ପାଇଁ ୨୮ ଟି ମାଗଣା କୋର୍ସ ଦେଉଛି NCERT: ସ୍ଵୟଂ ପୋର୍ଟାଲରେ ଉପଲବ୍ଧ
ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (NCERT) ସିନିୟର ସେକେଣ୍ଡାରୀ ଛାତ୍ରଛାତ୍ରୀଙ୍କ ପାଇଁ(ଯୁକ୍ତ ଦୁଇ) ୨୮ଟି ମାଗଣା ଅନଲାଇନ୍ କୋର୍ସର ଏକ ନୂଆ ସେଟ୍ ଆରମ୍ଭ କରିଛି। ସରକାରୀ SWAYAM ପୋର୍ଟାଲ୍ ମାଧ୍ୟମରେ ଏହି କୋର୍ସ ବିଷୟରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଯିବ। ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ, ଏହି ମୁକ୍ତ ଅନଲାଇନ୍ ପାଠ୍ୟକ୍ରମଗୁଡ଼ିକରେ (MOOCs) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୧ଟି ବିଷୟକୁ ସାମିଲ୍ କରାଯାଇଛି। ସେଗୁଡ଼ିକ ହେଲା- ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଆକାଉଣ୍ଟାନ୍ସି, ବିଜନେଶ ଷ୍ଟଡିଜ୍, ଅର୍ଥନୀତି, ଇଂରାଜୀ, ଭୂଗୋଳ, ସାଇକୋଲୋଜୀ ଏବଂ ସୋସିଓ ଲୋଜୀ। ଏହି ପାଠ୍ୟକ୍ରମଗୁଡ଼ିକ ସ୍ୱାୟମ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ ରେ ଉପଲବ୍ଧ ରହିଛି। ପୋର୍ଟାଲ୍ରେ ନାମଲେଖା ୱିଣ୍ଡୋ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ। ଚୂଡ଼ାନ୍ତ ପରୀକ୍ଷା ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୭ ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ, ପରୀକ୍ଷା ସେପ୍ଟେମ୍ବର ୧୦ ରୁ ୫ ପର୍ଯ୍ୟନ୍ତ ସ୍ଥିର କରାଯିବ। ପ୍ରତ୍ୟେକ ପାଠ୍ୟକ୍ରମକୁ ବରିଷ୍ଠ NCERT ଅଧ୍ୟାପକ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIEs) ଏବଂ ଅନ୍ୟାନ୍ୟ NCERT ବିଭାଗର ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଜାତୀୟ ମାନଦଣ୍ଡ ସହିତ ଏହି ପାଠ୍ୟକ୍ରମ ସମନ୍ୱୟ ରଖାଯାଇଛି। ପାଠ୍ୟକ୍ର
ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (NCERT) ସିନିୟର ସେକେଣ୍ଡାରୀ ଛାତ୍ରଛାତ୍ରୀଙ୍କ ପାଇଁ(ଯୁକ୍ତ ଦୁଇ) ୨୮ଟି ମାଗଣା ଅନଲାଇନ୍ କୋର୍ସର ଏକ ନୂଆ ସେଟ୍ ଆରମ୍ଭ କରିଛି। ସରକାରୀ SWAYAM ପୋର୍ଟାଲ୍ ମାଧ୍ୟମରେ ଏହି କୋର୍ସ ବିଷୟରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଯିବ।
ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ, ଏହି ମୁକ୍ତ ଅନଲାଇନ୍ ପାଠ୍ୟକ୍ରମଗୁଡ଼ିକରେ (MOOCs) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୧ଟି ବିଷୟକୁ ସାମିଲ୍ କରାଯାଇଛି। ସେଗୁଡ଼ିକ ହେଲା- ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଆକାଉଣ୍ଟାନ୍ସି, ବିଜନେଶ ଷ୍ଟଡିଜ୍, ଅର୍ଥନୀତି, ଇଂରାଜୀ, ଭୂଗୋଳ, ସାଇକୋଲୋଜୀ ଏବଂ ସୋସିଓ ଲୋଜୀ।
ଏହି ପାଠ୍ୟକ୍ରମଗୁଡ଼ିକ ସ୍ୱାୟମ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ ରେ ଉପଲବ୍ଧ ରହିଛି। ପୋର୍ଟାଲ୍ରେ ନାମଲେଖା ୱିଣ୍ଡୋ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ। ଚୂଡ଼ାନ୍ତ ପରୀକ୍ଷା ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୭ ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ, ପରୀକ୍ଷା ସେପ୍ଟେମ୍ବର ୧୦ ରୁ ୫ ପର୍ଯ୍ୟନ୍ତ ସ୍ଥିର କରାଯିବ।
ପ୍ରତ୍ୟେକ ପାଠ୍ୟକ୍ରମକୁ ବରିଷ୍ଠ NCERT ଅଧ୍ୟାପକ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIEs) ଏବଂ ଅନ୍ୟାନ୍ୟ NCERT ବିଭାଗର ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଜାତୀୟ ମାନଦଣ୍ଡ ସହିତ ଏହି ପାଠ୍ୟକ୍ରମ ସମନ୍ୱୟ ରଖାଯାଇଛି। ପାଠ୍ୟକ୍ରମ ସମ୍ପର୍କିତ ପ୍ରଶ୍ନଗୁଡ଼ିକ moocs.helpdesk@ciet.nic.in କିମ୍ବା IVRS ହେଲ୍ପଲାଇନ୍ 8800440559 ରେ ପଠାଇହେବ।