ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ ଓ ମଇଁଷିକୁ ଦିନରେ ଥରେ କିମ୍ବା ଦୁଇଥର ଗାଧୋଇ ଦିଅନ୍ତୁ । ଖାଦ୍ୟରେ ୩୦ ଗ୍ରାମ୍‌ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ । ଦିନ ୧୦ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ । ଜୁନ୍‌ ମାସରେ ବର୍ଷା ଆସିଯିବ ଓ ବର୍ଷାଋତୁରେ […] The post ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ appeared first on Dharitri Odia News.

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ ଓ ମଇଁଷିକୁ ଦିନରେ ଥରେ କିମ୍ବା ଦୁଇଥର ଗାଧୋଇ ଦିଅନ୍ତୁ । ଖାଦ୍ୟରେ ୩୦ ଗ୍ରାମ୍‌ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ । ଦିନ ୧୦ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ । ଜୁନ୍‌ ମାସରେ ବର୍ଷା ଆସିଯିବ ଓ ବର୍ଷାଋତୁରେ ସାହାଣ ଓ ବଜବଜିଆ ରୋଗ ଅଧିକ ହୁଏ। ତେଣୁ ବର୍ଷାଋତୁ ପୂର୍ବରୁ ମେ ମାସରେ ସମସ୍ତ ଗାଈ, ବଳଦ ଓ ମଇଁଷିଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ସାହାଣ, ବଜବଜିଆ ଓ ଫାଟୁଆ ରୋଗର ଟିକା ଦିଅନ୍ତୁ । ଦାନାକୁ ଯଥା ସମ୍ଭବ ସନ୍ଧ୍ୟା ସମୟରେ ଦେବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଛେଳି ଓ ମେଣ୍ଢାଙ୍କୁ ଥଣ୍ଡା ପରିବେଶରେ ରଖନ୍ତୁ । ଦିନ ୧୦ଟା ପରେ ପଡ଼ିଆକୁ ଚରିବାକୁ ଛାଡ଼ନ୍ତୁ ନାହିଁ । ଯଥେଷ୍ଟ ପରିମାଣର ପିଇବା ପାଣି ଯୋଗାଇ ଦିଅନ୍ତୁ । ପିପିଆର୍‌ ଟିକା, ଏଣ୍ଟାରୋଟକ୍ସେମିଆ ଓ ଛେଳି ବସନ୍ତ ଟିକା ଦିଅନ୍ତୁ । ପ୍ରତ୍ୟେକ ଦିନ ୫ ରୁ ୧୦ ଗ୍ରାମ୍‌ ଖଣିଜ ଲବଣ ମିଶ୍ରଣ ଖାଇବାକୁ ଦିଅନ୍ତୁ । ଛେଳି ଓ ମେଣ୍ଢାମାନେ ଦିନସାରା ଚରିଲେ ମଧ୍ୟ ମେ ମାସରେ ଯଥେଷ୍ଟ ଘାସ ପାଆନ୍ତି ନାହିଁ। ତେଣୁ ପ୍ରତି ଛେଳି ବା ମେଣ୍ଢାକୁ ଓଜନ ହିସାବରେ ଏହି ମାସରେ ଦିନକୁ ୧୦୦ ରୁ ୨୦୦ ଗ୍ରାମ୍‌ ଦାନା ଦେବା ଆବଶ୍ୟକ।

The post ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ appeared first on Dharitri Odia News.