ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା’ ବିକ୍ରି ମନା, ନିର୍ଦ୍ଦେଶନାମା ଜାରି କଲା ବିଏମ୍ସି
ଭୁବନେଶ୍ୱର: ଚା ଦୋକାନୀଙ୍କ ପାଇଁ ଆସିଲା ନୂଆ ନିୟମ। ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା ବିକ୍ରି ମନା। ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବିଏମ୍ସି। ଖାଦ୍ୟ ଓ ସ୍ୱଚ୍ଛତାକୁ ଗୁରୁତର ସହ ନେଇଛି ଭୁବନେଶ୍ୱର ମହାନଗର ନିଗମ। ସିଙ୍ଗଲ ୟୁଜ୍ କପ୍ରେ ଚା’ ବିକିବା ଉପରେ ଜାରି କରିଛି କଟକଣା। ଏଥିରେ ଗ୍ରାହକଙ୍କୁ ଚା ଦେଇପାରିବେନି ଦୋକାନୀ। ହାତରେ ଗ୍ଲୋବସ, ମୁହଁରେ ମାସ୍କ ଓ ଆପ୍ରୋନ ପିନ୍ଧିବାକୁ କୁହାଯାଇଛି। ଖାଦ୍ୟ ପରଷିବା ବେଳେ ସ୍କ୍ରାପ ପରିଧାନ କରିବେ। ମାଟିକପ୍ ଓ ପୁନଃ ଉପଯୋଗୀ କପରେ ଚା’ ବିକ୍ରି ହେବ।
ଭୁବନେଶ୍ୱର: ଚା ଦୋକାନୀଙ୍କ ପାଇଁ ଆସିଲା ନୂଆ ନିୟମ। ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା ବିକ୍ରି ମନା। ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବିଏମ୍ସି। ଖାଦ୍ୟ ଓ ସ୍ୱଚ୍ଛତାକୁ ଗୁରୁତର ସହ ନେଇଛି ଭୁବନେଶ୍ୱର ମହାନଗର ନିଗମ।
ସିଙ୍ଗଲ ୟୁଜ୍ କପ୍ରେ ଚା’ ବିକିବା ଉପରେ ଜାରି କରିଛି କଟକଣା। ଏଥିରେ ଗ୍ରାହକଙ୍କୁ ଚା ଦେଇପାରିବେନି ଦୋକାନୀ। ହାତରେ ଗ୍ଲୋବସ, ମୁହଁରେ ମାସ୍କ ଓ ଆପ୍ରୋନ ପିନ୍ଧିବାକୁ କୁହାଯାଇଛି। ଖାଦ୍ୟ ପରଷିବା ବେଳେ ସ୍କ୍ରାପ ପରିଧାନ କରିବେ। ମାଟିକପ୍ ଓ ପୁନଃ ଉପଯୋଗୀ କପରେ ଚା’ ବିକ୍ରି ହେବ।