ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ବରହମପୁରା ଗାଁରେ ଥିବା ରଘୁନାଥ ଦେବତା ସରକାରୀ ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବିଦ୍ୟାଳୟରେ ଆଜି ଗଣେଶପୂଜା ଚାଲିଥିବା ସମୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଶବ୍ଦରେ ବିଦ୍ୟାଳୟ ପରିସରରେ ଥିବା ଏକ ଗଛରୁ ମହୁମାଛି ମାନେ ବାହାରି ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ମହୁମାଛି ଆକ୍ରମଣରେ ବିଦ୍ୟାଳୟର ୩ ଜଣ ଛାତ୍ରୀ ଆହତ […]

ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ
3 students injured in bee attack

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ବରହମପୁରା ଗାଁରେ ଥିବା ରଘୁନାଥ ଦେବତା ସରକାରୀ ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବିଦ୍ୟାଳୟରେ ଆଜି ଗଣେଶପୂଜା ଚାଲିଥିବା ସମୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଶବ୍ଦରେ ବିଦ୍ୟାଳୟ ପରିସରରେ ଥିବା ଏକ ଗଛରୁ ମହୁମାଛି ମାନେ ବାହାରି ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ମହୁମାଛି ଆକ୍ରମଣରେ ବିଦ୍ୟାଳୟର ୩ ଜଣ ଛାତ୍ରୀ ଆହତ ହୋଇଥିଲେ। ଛାତ୍ରୀ ମାନଙ୍କୁ ପ୍ରଥମେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ଛାତ୍ରୀ ମାନଙ୍କୁ ଘରକୁ ପଠାଯାଇଛି।ବିଦ୍ୟାଳୟରେ ପୂର୍ବରୁ ଏହିଭଳି ଘଟଣା ଘଟିଥିଲେ ମଧ୍ୟ ପ୍ରଧାନଶିକ୍ଷକ ଏଥିପ୍ରତି ଦୃଷ୍ଟି ଦେଉ ନଥିବା କହିଛନ୍ତି ଅଭିଭାବକ।