ମେଷ

କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ବୁଝାମଣା ହେତୁ ପାରିବାରିକ ଜୀବନରେ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ଯୋଗୁ ଅନ୍ତରଙ୍ଗ ବନ୍ଧୁଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ

ରାହୁଙ୍କ ପ୍ରଭାବରେ ସମସ୍ୟା ଲାଗିରହିବା ଯୋଗୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା, କ୍ରନିକ୍ ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ

କର୍ମକ୍ଷେତ୍ରରେ ଶନି ଥିବାରୁ ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ କରାଇବ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଭୁଲ୍ ବୁଝାମଣାରୁ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତାର ଅଭାବ ଓ ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ

ଶୁକ୍ରଙ୍କ ପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭାସମିତିରେ କାହା କଥା କାହା ସହ ନମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ

ତୃତୀୟଭାବ ଶୁକ୍ରଙ୍କ ଦୃଷ୍ଟିରେ ଥିବାରୁ ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ଲାଭ କରିବେ। ସଭାସମିତିରେ ଅପ୍ରିୟସତ୍ୟ କହି ବିବାଦ ଘେରରେ ପଡିପାରନ୍ତି। ଧାର୍ମିକ ଅନୁଷ୍ଠାନ କିମ୍ବା ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବାରମ୍ବାର ପ୍ରତିବନ୍ଧକ ହେତୁ ବ୍ୟବସାୟ, ଗମନାଗମନରେ ସମସ୍ୟାଗ୍ରସ୍ତ ହେବେ।
କନ୍ୟା

ରାଶିକୁ ଶନି ଦୃଷ୍ଟିଜନିତ ଲକ୍ଷ୍ୟ ପୂରଣ ଦିଗରେ ସହକର୍ମୀଙ୍କ ଅସହଯୋଗଜନିତ ଦୁଃଖ କରିପାରନ୍ତି। ଅର୍ଥ ଦେବା ନେବାକୁ କେନ୍ଦ୍ରକରି ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହରେ ଆଶାନୁରୂପ ଫଳ ପାଇବେ। ପରିବାର ଖର୍ଚ୍ଚ ବୃଦ୍ଧିପାଇବାରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା

ବୃହସ୍ପତିଙ୍କ ପ୍ରଭାବରେ ନୂତନ ବନ୍ଧୁ ସମ୍ପର୍କ ଓ କର୍ମକ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟଧାରା ଅକ୍ଷୁଣ୍ଣ ରହିବ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ଅନୁପସ୍ଥିତିରୁ କର୍ମପ୍ରବାହ ବିଳମ୍ବିତ ହେବ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତ ହୋଇପାରନ୍ତି।
ବିଛା

ରାଶିପ୍ରତି ବୁଧାଦିତ୍ୟ ଦୃଷ୍ଟିରୁ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଆଜି ତାହା ପାଇପାରନ୍ତି। ଆଜି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ନିଜେ ରହିବା ପରିସରରେ ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନସନ୍ ବଢିପାରେ ା
ଧନୁ

ଗୁରୁକୃପାରୁ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ମନ ବଳାଇବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି। ପ୍ରିୟଜନଙ୍କ ଗହଣରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନାରେ ଅପ୍ରିୟ ସତ୍ୟ କହିବା କାରଣରୁ ଆତ୍ମୀୟମାନେ ପାଖ ମାଡିବେ ନାହିଁ।
ମକର

ନୀଚ୍ଚାରୋହୀ ଶନିଙ୍କ ଯୋଗୁ ଦୈହିକ ଅସୁସ୍ଥତା ମାନସିକ ସୁସ୍ଥତାକୁ କ୍ଷୁଣ୍ଣ ହୋଇପାରେ। ଏହା ସାଙ୍ଗକୁ ପ୍ରିୟଜନଙ୍କ ଅନୁପସ୍ଥିତି ମଧ୍ୟ ମନରେ ଗଭୀର ଦୁଃଖ ଦେଇପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମପାଇଁ ଆଗଭର ହେବେ। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛେଇଯିବାକୁ ପଡିବ।
କୁମ୍ଭ

ସପ୍ତମସ୍ଥ ଚନ୍ଦ୍ର ଓ କେତୁଜନିତ ଆଜିର ଯାତ୍ରାରେ ଅସୁବିଧାର ସମ୍ମୁଖୀନ ହେବେ। ପରିବାରରେ ଛୋଟ କଥାକୁ ଧରିଲେ ଅଶାନ୍ତି ବଢିଚାଲିବା ବ୍ୟତୀତ ଲାଭ କିଛି ହେବନି। ଯାତ୍ରାରେ ଜିନିଷପତ୍ର ଅଦଳବଦଳ ହୋଇଯିବାର ସୂଚନା ରହିଛି। ଆକସ୍ମିକ ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ମୀନ
କେନ୍ଦ୍ରସ୍ଥ ବୃହସ୍ପତି ହେତୁ ଘରର ଅଶାନ୍ତ ପରିବେଶ ଶାନ୍ତ ପଡିବାର ଆଶା କରାଯାଇପାରେ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ରହିଥିବା ଅର୍ଥ ଆଦାୟ ସକାଶେ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି। ବାଣିଜ୍ୟ ଏବଂ ବ୍ୟବସାୟରେ ଆଶାଜନକ ସୁଫଳ ଲାଭ କରିବେ।
The post ରାଶିଫଳ: ସୋମବାର, ଜୁନ୍ ୨ ତାରିଖ – Daily Horoscope appeared first on Dharitri Odia News.