କଂଗ୍ରେସ ଫାଇନାଲ କଲା ସିଟ୍! ଏହି ଠୁ ଲଢିବେ କହ୍ନେୟା କୁମାର
ନୂଆଦିଲ୍ଲୀ,୧୩।୪: ଜେଏନୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଦଳ ବଡ଼ ଦାୟିତ୍ୱ ଦେବାକୁ ଯାଉଛି। ଦଳ ତାଙ୍କୁ ଦିଲ୍ଲୀ ଲୋକ ସଭା ସିଟ୍ରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ। ଗତ ଲୋକ ସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍ରେ ବିହାରର ବେଗୁସରାଇରୁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ସେହି ନିର୍ବାଚନରେ ସେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏହାପରେ ସେ […] The post କଂଗ୍ରେସ ଫାଇନାଲ କଲା ସିଟ୍! ଏହି ଠୁ ଲଢିବେ କହ୍ନେୟା କୁମାର appeared first on Dharitri Odia News.
ନୂଆଦିଲ୍ଲୀ,୧୩।୪: ଜେଏନୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଦଳ ବଡ଼ ଦାୟିତ୍ୱ ଦେବାକୁ ଯାଉଛି। ଦଳ ତାଙ୍କୁ ଦିଲ୍ଲୀ ଲୋକ ସଭା ସିଟ୍ରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ। ଗତ ଲୋକ ସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍ରେ ବିହାରର ବେଗୁସରାଇରୁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ସେହି ନିର୍ବାଚନରେ ସେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ୍ ହୋଇଯାଇଥିଲେ। ବିହାରରେ ଇଣ୍ଡିଆ ମେଣ୍ଟ ଯୋଗୁ ବେଗୁସରାଇ ସିଟ୍ ଏବେ ସିପିଆଇ ଖାତାକୁ ଯାଇଛି। ତେଣୁ କହ୍ନେୟାଙ୍କୁ କଂଗ୍ରେସ ଦିଲ୍ଲୀରୁ ଏମପି ସିଟ୍ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ କହ୍ନେୟା କୁମାରଙ୍କ ନାଁ ଉପରେ ମୋହର ଲଗାଇଛି। ତାଙ୍କୁ ଦଳ ଦିଲ୍ଲୀର ଉତ୍ତର-ପୂର୍ବ ସିଟ୍ରେ ଟିକେଟ୍ ଦେଇପାରେ। ଭାଜପା ଏହି ସିଟ୍ରେ ମନୋଜ ତିଓ୍ବାରୀଙ୍କୁ ଟିକେଟ୍ ଦେଇଛି। ତେଣୁ ଚଳିତ ନିର୍ବାଚନରେ କହ୍ନେୟା, ତିଓ୍ବାରୀଙ୍କୁ ଟକ୍କର ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
The post କଂଗ୍ରେସ ଫାଇନାଲ କଲା ସିଟ୍! ଏହି ଠୁ ଲଢିବେ କହ୍ନେୟା କୁମାର appeared first on Dharitri Odia News.