ନାବାଳିକାଙ୍କୁ ଅପହରଣ, ଗଣବଳାତ୍କାର
ଗୟା,୩ା୯ (ପି.ଟି.): ବିହାରର ଗୟା ଜିଲାରେ ଏକ ଜଘନ୍ୟ ଅପରାଧ ଘଟଣା ସାମନାକୁ ଆସିଛି। ୬ ବର୍ଷର ବାଳିକାଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ପୀଡ଼ିତାଙ୍କୁ ହତ୍ୟା କରିବା ପରେ ୨ ଅଭିଯୁକ୍ତ ତାଙ୍କ ମୃତଦେହକୁ ନେଇ ଉଚିତରଭାନ ଗ୍ରାମ ନିକଟ ମୋରହାର ନଦୀକୂଳରେ ଫିଙ୍ଗିଦେଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ମୃତା ନାବାଳିକାଙ୍କ ପରିବାର ଦାଖଲ କରିଥିବା ଏତଲା ଅନୁଯାୟୀ ସୋମବାର ରାତିରେ ଝିଅଟି […] The post ନାବାଳିକାଙ୍କୁ ଅପହରଣ, ଗଣବଳାତ୍କାର appeared first on Dharitri Odia News.
ଗୟା,୩ା୯ (ପି.ଟି.): ବିହାରର ଗୟା ଜିଲାରେ ଏକ ଜଘନ୍ୟ ଅପରାଧ ଘଟଣା ସାମନାକୁ ଆସିଛି। ୬ ବର୍ଷର ବାଳିକାଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ପୀଡ଼ିତାଙ୍କୁ ହତ୍ୟା କରିବା ପରେ ୨ ଅଭିଯୁକ୍ତ ତାଙ୍କ ମୃତଦେହକୁ ନେଇ ଉଚିତରଭାନ ଗ୍ରାମ ନିକଟ ମୋରହାର ନଦୀକୂଳରେ ଫିଙ୍ଗିଦେଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ମୃତା ନାବାଳିକାଙ୍କ ପରିବାର ଦାଖଲ କରିଥିବା ଏତଲା ଅନୁଯାୟୀ ସୋମବାର ରାତିରେ ଝିଅଟି ଘରେ ଶୋଇଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ହତ୍ୟା କରିବା ପୂର୍ବରୁ ଗଣବଳାତ୍କାର କରାଯାଇଥିଲା। ନଦୀକୂଳରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଟିମ୍ ତୁରନ୍ତ ସେଠାରେ ପହଞ୍ଚତ୍ଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଗିରଫ କରିବା ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଧରିନେଇ ମାଡ଼ ମାରିଥିଲେ। ଜେରା ବେଳେ ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଛନ୍ତି। ତୁରନ୍ତ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
The post ନାବାଳିକାଙ୍କୁ ଅପହରଣ, ଗଣବଳାତ୍କାର appeared first on Dharitri Odia News.