ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ
ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ କରାଯାଉଥିଲା ଯେ, ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଅନୁଭବ ଆଉ କାହାକୁ ବିବାହ କରିବେ କି ନାହିଁ, ତାହାର ପୂର୍ଣ୍ଣଛେଦ ପଡ଼ିଛି। ଏବେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର। ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, Anubhav mohanty ଓ jagrati Suklaଙ୍କ ଭିତରେ ପ୍ରେମ ସମ୍ପର୍କ […] The post ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ appeared first on Dharitri Odia News.
ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ କରାଯାଉଥିଲା ଯେ, ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଅନୁଭବ ଆଉ କାହାକୁ ବିବାହ କରିବେ କି ନାହିଁ, ତାହାର ପୂର୍ଣ୍ଣଛେଦ ପଡ଼ିଛି। ଏବେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର।
ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, Anubhav mohanty ଓ jagrati Suklaଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଯେ ଏଇ ଦୁଇଜଣ ଖୁବଶିଘ୍ର ବିବାହ କରିବାକୁ ଯାଉଛନ୍ତି। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।
ଜାଗୃତି ଶୁକ୍ଲାଙ୍କ ବାବଦରେ ପ୍ରାୟ ସମସ୍ତେ ଉଣା ଅଧିକ ଜାଣନ୍ତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ତାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା। ସେହି ସମୟରେ ଜାଗୃତିଙ୍କୁ ନେଇ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଏପରିକି କେହିକେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦର କାରଣ ଜାଗୃତିଙ୍କୁ ବୋଲି ଧରି ନେଇଥିଲେ। ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନମାନେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡ଼ିଶାବାସୀ। କେବେ ବି ବିବାହ ପ୍ରସଙ୍ଗକୁ ସିଧା ସିଧା ସ୍ବୀକାର କରି ନ ଥିବା ଏହି ଦୁଇ ଚର୍ଚ୍ଚିତ ଚେହେରା କାହିଁକି ବିବାହ କରିବାକୁ ଯାଉଛନ୍ତି? ବିବାହ ଯୋଜନା କେବେଠୁ ହୋଇଛି? ଆଗାମୀ ଦିନରେ ଏମିତି ବହୁ ପ୍ରଶ୍ନର ସାମ୍ନା କରିପାରନ୍ତି ଅନୁଭବ ଆଉ ଜାଗୃତି।
ଜାଗୃତି ଓ ଅନୁଭବଙ୍କ ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼କଥା ହେଉଛି ଯେ ଏହି ନିର୍ବନ୍ଧକୁ ନେଇ ବର୍ଷା କଣ ପ୍ରତିକ୍ରିୟା ରଖିବେ? ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ଯେ ଏନେଇ ବର୍ଷା କଣ କହିବେ? ତେବେ ବର୍ଷା କିଛି କୁହନ୍ତୁ କି ନାହିଁ Anubhav mohantyଙ୍କ ବିବାହକୁ ନେଇ ସମସ୍ତଙ୍କ ମନରେ ଅହେତୁକ ଉତ୍ସୁକତା ବଢିଯାଇଛି। ଏବେ ଦେଖିବାକୁ ବାକି ରହିଲା Anubhav Mohanty ଓ jagrati Sukla ବିବାହ ବନ୍ଧନକୁ ନେଇ କ’ଣ ପ୍ରତିକ୍ରିୟା ରଖୁଛନ୍ତି।
The post ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ appeared first on Dharitri Odia News.