୬ବର୍ଷ ବିତିଗଲାଣି, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଅଙ୍ଗନବାଡ଼ି କେନ୍ଦ୍ର: ଅର୍ଥ ଆତ୍ମସାତ୍ ଅଭିଯୋଗ
କେସିଙ୍ଗା,୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଫଟକାଳମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋରିଙ୍ଗପଦର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର-୨ ଆଜକୁ ୬ବର୍ଷ ହେଲାଣି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବାରୁ ପ୍ରାକବିଦ୍ୟାଳୟରେ ଘୋର ସମସ୍ୟା ଦେଖା ଯାଉଛି। ଗତ ୨୦୧୯ ରେ କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର-୨ ଗ୍ରାମ୍ୟ ଉନ୍ନୟନ ଯୋଜନା ରୁ ୫ଲକ୍ଷ ବ୍ୟୟ ଅଟକଳ ନିର୍ମାଣ କରାଯାଇଥିଲା। କିନ୍ତୁ ଉକ୍ତ କେନ୍ଦ୍ରର ସ୍ଲାପ ପଡିଲା ପରେ […] The post ୬ବର୍ଷ ବିତିଗଲାଣି, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଅଙ୍ଗନବାଡ଼ି କେନ୍ଦ୍ର: ଅର୍ଥ ଆତ୍ମସାତ୍ ଅଭିଯୋଗ appeared first on Dharitri Odia News.
କେସିଙ୍ଗା,୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଫଟକାଳମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋରିଙ୍ଗପଦର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର-୨ ଆଜକୁ ୬ବର୍ଷ ହେଲାଣି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବାରୁ ପ୍ରାକବିଦ୍ୟାଳୟରେ ଘୋର ସମସ୍ୟା ଦେଖା ଯାଉଛି। ଗତ ୨୦୧୯ ରେ କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର-୨ ଗ୍ରାମ୍ୟ ଉନ୍ନୟନ ଯୋଜନା ରୁ ୫ଲକ୍ଷ ବ୍ୟୟ ଅଟକଳ ନିର୍ମାଣ କରାଯାଇଥିଲା। କିନ୍ତୁ ଉକ୍ତ କେନ୍ଦ୍ରର ସ୍ଲାପ ପଡିଲା ପରେ ଆଉ କିଛି କାମ ଆଜି ଯାଏ କରାଯାଇ ନାହିଁ। କମ କାମ କରି ମିଥ୍ୟା ବିଲ ଭାଉଚର ପ୍ରସ୍ତୁତ କରି ଅର୍ଥ ଆତ୍ମସାତ କରିଥିବାର ଜଣାପଡିଛି। କେନ୍ଦ୍ରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିଥିବାରୁ ଅଙ୍ଗନବାଡ଼ି କର୍ମୀ ନିଜସ୍ବ ଗୃହରେ କୋମଳମତି ଶିଶୁଙ୍କ ପ୍ରାକବିଦ୍ୟାଳୟ କରିବାରେ ଘୋର ଅସୁବିଧା ହେଉଛି। ଏହି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳାଙ୍କ ସମେତ ଶିଶୁଙ୍କୁ ଠିକ ଭାବେ ଶିକ୍ଷା ଦିଆ ଯାଇପାରୁନାହିଁ।
ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳ, ସିଡିପିଓ,ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଜିଲାପାଳ ଏହାର ତଦନ୍ତ କରି ଯଥାଶୀଘ୍ର କେନ୍ଦ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଆସିଷ୍ଟାଣ୍ଡ ଏକଯ୍ୟୁକେଟିଭ ଇଞ୍ଜିନିୟର ଏସ.ଏନ.ମିଶ୍ରଙ୍କୁ ପଚାରିବାରୁ ଫାଇଲ ଏପିଓଙ୍କୁ ମାଗିଛି। ମୁଁ ତଦନ୍ତ କରିବା ପରେ କେନ୍ଦ୍ରର ପୁନଃନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।
The post ୬ବର୍ଷ ବିତିଗଲାଣି, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଅଙ୍ଗନବାଡ଼ି କେନ୍ଦ୍ର: ଅର୍ଥ ଆତ୍ମସାତ୍ ଅଭିଯୋଗ appeared first on Dharitri Odia News.