୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ
ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍ ଆଇଏଏସ୍ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ ଗଛଗୁଡ଼ିକର ଫଟୋ ଶେୟାର କରିଛନ୍ତି। ପୋଷ୍ଟର କ୍ୟାପ୍ଶନ୍ରେ ସୁପ୍ରିୟା ଲେଖିଛନ୍ତି, ଏହା ହେଉଛି ତାମିଲନାଡ଼ୁର ନୀଳଗିରି ପର୍ବତରେ ପ୍ରତି ୧୨ ବର୍ଷକୁ ଥରେ ଫୁଟୁଥିବା ଦୁର୍ଲଭ ‘ନୀଳକୁରିଞ୍ଜି’ ଫୁଲ। ପ୍ରତି ୧୨ ବର୍ଷର ଚକ୍ରରେ କେବଳ ଥରୁଟିଏ ଏହି ଫୁଲ ଫୁଟିଥାଏ ବୋଲି ସୁପ୍ରିୟା କହିଛନ୍ତି। ଏହା ଦେଖିବାକୁ ନୀଳ […] The post ୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ appeared first on Dharitri Odia News.
ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍ ଆଇଏଏସ୍ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ ଗଛଗୁଡ଼ିକର ଫଟୋ ଶେୟାର କରିଛନ୍ତି। ପୋଷ୍ଟର କ୍ୟାପ୍ଶନ୍ରେ ସୁପ୍ରିୟା ଲେଖିଛନ୍ତି, ଏହା ହେଉଛି ତାମିଲନାଡ଼ୁର ନୀଳଗିରି ପର୍ବତରେ ପ୍ରତି ୧୨ ବର୍ଷକୁ ଥରେ ଫୁଟୁଥିବା ଦୁର୍ଲଭ ‘ନୀଳକୁରିଞ୍ଜି’ ଫୁଲ। ପ୍ରତି ୧୨ ବର୍ଷର ଚକ୍ରରେ କେବଳ ଥରୁଟିଏ ଏହି ଫୁଲ ଫୁଟିଥାଏ ବୋଲି ସୁପ୍ରିୟା କହିଛନ୍ତି। ଏହା ଦେଖିବାକୁ ନୀଳ ରଙ୍ଗର ହୋଇଥିବାରୁ ଏହାର ନାମ ‘ନୀଳକୁରିଞ୍ଜି’ ରଖାଯାଇଛି। ଚଳିତ ବର୍ଷ ଇଣ୍ଟରନ୍ୟାଶନାଲ ୟୁନିୟନ୍ ଫର୍ କଞ୍ଜରଭେଶନ୍ ଅଫ୍ ନେଚର୍ (ଆଇୟୁସିଏନ୍) ଦ୍ୱାରା ନୀଳକୁରିଞ୍ଜି ଫୁଲକୁ ବିପଦପୂର୍ଣ୍ଣ ପ୍ରଜାତିର ରେଡ୍ କାଟେଗୋରି ତାଲିକାରେ ସାମିଲ କରାଯାଇଛି। ତେଣୁ ରାଜ୍ୟ ସରକାର ନୀଳକୁରିଞ୍ଜି ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହ ଏହାକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସେ କହିଛନ୍ତି।
The post ୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ appeared first on Dharitri Odia News.